www.samajalive.in
Sunday, December 7, 2025
18.1 C
Bhubaneswar

 ସାନ ଭାଇକୁ ଗୁଳି କରି ହତ୍ୟା କଲା ବଡ଼ ଭାଇ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ବେଡ଼ାଗାଁ ପଞ୍ଚାୟତ ଦେହେଡ଼ା ଗାଁରେ ପୂର୍ବ ଶତ୍ରୁତାକୁ ନେଇଁ ସାନ ଭାଇ ପୂର୍ଣ୍ଣ ମାଝୀଙ୍କୁ ବଡ଼ ଭାଇ କୃଷ୍ଣ ମାଝୀ ଗୁଳି କରି ହତ୍ୟା କରିଛି। ବଡ଼ ଭାଇ କୃଷ୍ଣ ମାଝୀ ଓ ସାନଭାଇ ପୂର୍ଣ୍ଣ ମାଝୀ ଗତବର୍ଷ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲେ। ସାନଭାଇ ବଡ଼ ଭାଇଙ୍କୁ ମୁଣ୍ଡରେ ମାଡ଼ମାରି ଆଘାତ କରିଥିଲେ। ସେହି ଆଘାତକୁ ନେଇଁ ଗତ ବର୍ଷର ରାଗରଖି ଶେଷରେ ନୃଶଂସ ବଡଭାଇ ପ୍ରତିଶୋଧ ନେଇଥିଲା। ଦେଶୀ ବନ୍ଧୁକରେ ଘରେ ଶୋଇଥିବା ସମୟରେ ସାନଭାଇକୁ ଗୁଳି କରି ହତ୍ୟା କରିଛି। ଯାହାଫଳରେ ସାନ ଭାଇ ପୂର୍ଣ୍ଣ ମାଝୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଏନେଇ ମୃତକଙ୍କ ସ୍ତ୍ରୀ ଚୁମକି ମାଝୀ ଓ ପରିବାର ଲୋକେ ବିଶ୍ୱନାଥପୁର ଥାନାର ଦ୍ୱାରସ୍ତ ହୋଇ ଏକ ଲିଖିତ ଅଭିଯୋଗ କରିଥିଲେ।
ବିଶ୍ୱନାଥପୁର ପୁଲିସ ଓ ଏସଡିପିଓ ସମେତ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ଅଭିଯୁକ୍ତ ବଡ଼ଭାଇ କୃଷ୍ଣ ମାଝୀକୁ ପୁଲିସ ଗିରଫ କରିବା ସହିତ ତା’ଠାରୁ ହତ୍ୟାରେ ବ୍ୟବହୃତ ହୋଇଥିବା ଏକ ଦେଶୀ ବନ୍ଧୁକ ଜବତ କରିଛି। କେସିଙ୍ଗା ଏସଡିପିଓ ଅଜୟ ଦାସ, ବିଶ୍ୱନାଥପୁର ଥାନା ଅଧିକାରୀ ମମତା ହେମ୍ରମ, ଏଏସଆଇ ବୁଧେରାମ ମାଝୀ, ବୁଧେଶ୍ୟାମ ମାଝୀ, ସାଇଣ୍ଟିଫିକ ଏସଓ ମନୋଜ କୁମାର ମାଝୀ ସମେତ କେ.ନାଇନ୍ ସ୍କୁଆର୍ଡ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଯାଞ୍ଚ କରିବା ପରେ ବ୍ୟବଛେଦ ପାଇଁ ଲାଞ୍ଜିଗଡ଼ ପଠାଯାଇଥିଲେ। କେସ ନଂ ୯/୨୦୨୫,ଅଣ୍ଡର ସେକ୍ସନ ୧୦୩ ବି.ଏନ୍.ଏସ୍.ଆର ଡବ୍ଲୁ ସେକ୍ସନ ୨୫,୨୭ ଆର୍ମ ଆକ୍ଟରେ ଏକ ମାମଲା ରୁଜୁ ସହ ଏହି ହତ୍ୟାକାଣ୍ଡର ତଦନ୍ତ ଜାରି ରହିଛି ବୋଲି ଫୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories