www.samajalive.in
Sunday, December 7, 2025
26.1 C
Bhubaneswar

ପୁରୀରେ ଭାରତୀୟ ଖେଳାଳୀ: ମ୍ୟାଚ୍ ପୂର୍ବରୁ କଲେ ଜଗା ଦର୍ଶନ

କଟକ : ବାରବାଟୀ ଷ୍ଟାଡ଼ିୟମରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଲାଗି ଉଷ୍ମତା କ୍ରମେ ବଢିବାରେ ଲାଗିଛି। ନାଗପୁରରେ ଶୃଙ୍ଖଳାର ପ୍ରଥମ ମ୍ୟାଚ ଗୁରୁବାର ଖେଳିବା ପରେ ଶୁକ୍ରବାର ଦୁଇ ଦଳର ଖେଳାଳି ଭୁବନେଶ୍ବରରେ ପହଞ୍ଚିଛନ୍ତି। ରାତି ୭ଟା୪୦ରେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଉଭୟ ଦଳର ଖେଳାଳିଙ୍କୁ ସ୍ବତନ୍ତ୍ର ବସ୍‌ ଯୋଗେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ​‌ମେ ଫେୟାର ହୋଟେଲକୁ ଅଣାଯାଇଥିଲା। ତେବେ ଆଜି ପୁରୀ ଯାଇଛନ୍ତି ଭାରତୀୟ କ୍ରିକେଟର। ସକାଳୁ ସକାଳୁ ଭାରତୀୟ ଖେଳାଳୀ ବରଣ ଚକ୍ରବର୍ତ୍ତୀ , ଓ୍ବାଶଂଟନ୍ ସୁନ୍ଦର, ଅକ୍ଷୟ ପଟେଲ ପ୍ରମୁଖ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।  ଏହି ୩ ଖେଳାଳୀ ଶ୍ରୀମନ୍ଦିର ସିଂହଦ୍ୱାରରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ସେମାନେ ଶ୍ରୀମନ୍ଦିର ସିଂହଦ୍ୱାର, ବାଇଶି ପାହାଚ ଦେଇ ବେହରଣ ଦ୍ୱାର ବାଟେ ପ୍ରବେଶ କରି ରତ୍ନସିଂହାସନସ୍ଥିତ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଥିଲେ। ଦର୍ଶନ ସାରି ଫେରିବା ପରେ ବେଶ ଖୁସି ବ୍ୟକ୍ତ କରିଥିଲେ ତିନି ଖେଳାଳି । ଏଥିଲାଗି ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories