www.samajalive.in
Monday, December 8, 2025
14.1 C
Bhubaneswar

ଉତ୍କଳ ବିଶ୍ୱବିଦ୍ୟାଳୟ ଉପରେ ଜୋରିମାନା

ଭୁବନେଶ୍ଵର: ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ୨୬୪ଦିନ ବିଳମ୍ବରେ ରିଟ୍‌ ପିଟିସନ୍‌ ଦାଖଲ କରାଯାଇଥିବାରୁ ବିଶ୍ବବିଦ୍ୟାଳୟକୁ ଜୋରିମାନା ହୋଇଛି। ଏକାଧିକ ମାମଲାରେ ଜଣିକିଆ ବିଚାରପତିଙ୍କ ଆଦେଶ ବିରୋଧରେ ଉତ୍କଳ ବିଶ୍ବବିଦ୍ୟାଳୟ ବିଳମ୍ବରେ ହାଇକୋର୍ଟରେ ରିଟ୍‌ ପିଟିସନ ଦାଖଲ କରିଥିଲା। ଆଜି ଏହାର କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅରିନ୍ଦମ ସିହ୍ନା ଏବଂ ବିଚାରପତି ଏମ୍‌‌.ଏସ‌୍‌. ସାହୁଙ୍କ ଖଣ୍ଡପୀଠ ବିଶ୍ବବିଦ୍ୟାଳୟକୁ ୨୦ହଜାର ଟଙ୍କା ଜୋରିମାନା ଦେବା ପାଇଁ ଆଦେଶ ଦେବା ସହ ଆବେଦନକୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ମାମଲାର ଶୁଣାଣି ଫେବୃଆରୀ ୨୪କୁ ଧାର୍ଯ୍ୟ ହୋଇଛି।
ମାମଲାର ଶୁଣାଣି ଅବସରରେ ପ୍ରତିପକ୍ଷଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକ ଅଦାଲତଙ୍କୁ ଅବଗତ କରିଥିଲେ ଯେ, ପୂର୍ବରୁ ଗୋଟିଏ ମାମଲାରେ ହାଇକୋର୍ଟ ଉକ୍ତ ପିଟିସନ୍‌କୁ ବିଚାର ପାଇଁ ଗ୍ରହଣ କରି ବିଶ୍ବବିଦ୍ୟାଳୟ ଉପରେ ଜୋରିମାନା କରିଥିଲେ। ବର୍ତ୍ତମାନ ଯେଉଁ ମାମଲା ରୁଜୁ ହୋଇଛି ତାହାକୁ ମଧ୍ୟ ସମାନ ଭାବେ ଜୋରିମାନା କରାଯାଇ ବିଚାର ପାଇଁ ଗ୍ରହଣ କରିବାକୁ ଆଇନଜୀବୀ ଅଦାଲତଙ୍କୁ ଅନୁରୋଧ କରିଥିଲେ। ଅଦାଲତ ଏହାକୁ ଗ୍ରହଣ କରି ଉପରୋକ୍ତ ନିର୍ଦେଶ ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories