www.samajalive.in
Tuesday, December 9, 2025
23.1 C
Bhubaneswar

ବାରବାଟୀ ଦିନିକିଆ: ଆଜିଠାରୁ ଅନ୍‌ଲାଇନ୍‌ ଟିକଟ ବୁକିଂ

କଟକ: ଫେବୃଆରୀ ୯ରେ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ-ଇଂଲଣ୍ଡ ୨ୟ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଅନ୍‌ଲାଇନ ଟିକଟ ବୁକିଂ ରବିବାର ଅପରାହ୍‌ଣ ୪ଟାରୁ ଆରମ୍ଭ ହେବ। ଆୟୋଜକ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍ (ଓସିଏ) ସୂତ୍ରରୁ ପ୍ରକାଶ ଯେ ମୋଟ ୪୦୦୦ ଟିକଟ ଅନ୍‌ଲାଇନରେ ବିକ୍ରି କରାଯିବ। ଏଥିରେ ଅଛି ଗ୍ୟାଲେରୀ ନଂ୨ ଓ ୪ (୯୦୦ ଟଙ୍କା), ଗ୍ୟାଲେରୀ ୭ (୭୦୦ ଟଙ୍କା), ସ୍ପେଶିଆଲ ଏନ୍‌କ୍ଲୋଜର (୬୦୦୦ ଟଙ୍କା), ଏସି ଗ୍ୟାଲେରୀ ବକ୍ସ (୮୦୦୦ ଟଙ୍କା) ଓ ନ୍ୟୁ ପାଭିଲିଅନ୍‌ (୧୦୦୦୦ ଟଙ୍କା)।

ତେବେ କ୍ରିକେଟପ୍ରେମୀ କିପରି ଅନ୍‌ଲାଇନ୍‌ ଟିକଟ ବୁକିଂ କରିବେ; ଆସନ୍ତୁ ଜାଣିବା।
ଟିକଟ କିଣିବା ପାଇଁ ପ୍ରଥମେ ଡିଷ୍ଟ୍ରିକ୍ଟ (District) ଆପ୍‌ ଡାଉନ୍‌ଲୋଡ୍‌ କରିବେ କିମ୍ବା ଡିଷ୍ଟ୍ରିକ୍ଟ.ଇନ୍‌ ୱେବ୍‌ସାଇଟ୍‌କୁ ଯିବେ। ରବିବାର ଅପରାହ୍ଣ ୪ଟା ପରେ ଉକ୍ତ ଆପ୍‌ ବା ୱେବ୍‌ସାଇଟ୍‌ରେ ବାରବାଟୀ ଦିନିକିଆ ମ୍ୟାଚ୍‌ର ବ୍ୟାନର ଦେଖାଯିବ। ଏଥି​‌େ​‌ର କ୍ଲିକ୍‌ କଲେ ‘ବୁକ୍‌ ଟିକେଟ୍‌ସ’ ଲେଖାଥିବା ମିଳିବ। ଏଥିରେ କ୍ଲିକ୍‌ କରିବା ପରେ ‘ବାୟ ନାଓ’ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବେ। ପୁଣି ଏଥିରେ କ୍ଲିକ୍‌ କରିବା ପରେ ଷ୍ଟାଡିୟମ୍‌ର ଲେଆଉଟ୍‌ ଦେଖାଯିବ। ଏଥିରେ ଆସନ ବାଛିବା ପରେ ‘ଚୁଜ୍‌ ଟିକେଟ୍‌ସ’ ଦେଖାଯିବ। ପରେ ସେମାନେ ଟିକଟ ସଂଖ୍ୟା ଦର୍ଶାଇବେ।

- Advertisement -

ସୂଚନାଯୋଗ୍ୟ; ଜଣେ ସର୍ବାଧିକ ୨ଟି ଟିକଟ ବୁକିଂ କରିପାରିବେ। ଏହାପରେ କେଉଁଠାରୁ ଟିକଟ ସଂଗ୍ରହ କରିବେ; ତାହା ମଧ୍ୟ ବାଛିବାକୁ ପଡ଼ିବ। ପରେ ଦେୟ ପୈଠ ପୃଷ୍ଠାରେ ସେମାନେ ପହଞ୍ଚିବେ। ୧୦ ମିନିଟ ମଧ୍ୟରେ ଦେୟ ପୈଠ କରିବାକୁ ହେବ। ଏଥିରେ ଏକାଧିକ ପ୍ରକାର (ୟୁପିଆଇ, ନେଟ୍‌ ବ୍ୟାଙ୍କିଙ୍ଗ୍‌ ଓ କାର୍ଡ) ଦୈୟ ପୈଠ ବ୍ୟବସ୍ଥା ରହିଛି। କେବଳ ଆନ୍ତର୍ଜାତିକ କ୍ରେଡିଟ୍‌ କାର୍ଡ ଗ୍ରହଣୀୟ ହେବ। ଦେୟ ପୈଠ ପରେ କ୍ରେତାଙ୍କୁ ସେମାନଙ୍କ ଆପ୍‌ରେ ଓ ଇ-ମେଲ୍‌ରେ ସୂଚନା ମିଳିବ। ଇ-ମେଲ୍‌ରେ ଥିବା କ୍ବୁଆର୍‌ ​କୋଡ୍‌ ଦେଖାଇ ଫେବୃଆରୀ ୭ରୁ ୯ ମଧ୍ୟ​‌େ​‌ର କଟକର କେମ୍ବ୍ରିଜ୍‌ ସ୍କୁଲ୍‌ ଓ ଭୁବନେଶ୍ବର କିଟ୍‌ର ଦୂତି ଚାନ୍ଦ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଟିକଟ ହାସଲ କରିହେବ।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories