www.samajalive.in
Sunday, December 7, 2025
16.1 C
Bhubaneswar

କେନ୍ଦ୍ର ଅର୍ଥନୈତିକ ସର୍ଭେ ରିପୋର୍ଟ: କୋରାପୁଟ ଜିଲା ବୈପାରୀଗୁଡ଼ା-ସବୁଜିମା ଏଫପିଓର ସଫଳତା ବିଷୟ ଉଲ୍ଲେଖ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୪-୨୫ରେ କୋରାପୁଟ ଜିଲା ବୈପାରୀଗୁଡ଼ା-ସବୁଜିମା ଏଫପିଓର ସଫଳତା ବିଷୟ ଉଲ୍ଲେଖ ରହିଛି। ଅକ୍ଷୟ ଶକ୍ତି ବିକେନ୍ଦ୍ରୀକରଣ ଯୋଗୁଁ ଓଡ଼ିଶା ଓ କର୍ଣ୍ଣାଟକରେ ମହିଳାଙ୍କ ଉଦ୍ୟମିତା ଓ ଆର୍ଥିକ ଭାଗୀଦାରି ବୃଦ୍ଧି ନେଇ ସେଲକୋ ଫାଉଣ୍ଡେସନ ରିପୋର୍ଟର ଅବତରଣା କରାଯାଇଛି।

ଏନର୍ଜି ଏଫିସିଏଣ୍ଟ ଟେକ୍‌‌ନୋଲେଜି, ଆଫୋଡେବଲ ଫାଇନାନ୍ସିଂ, ଟେନିଂ, ମାର୍କେଟ ଲିଙ୍କେଜ ଏବଂ କ୍ଲାଇମେଟ ରେଜିଲିଏଣ୍ଟ ଇନ୍‌‌ଫ୍ରାଷ୍ଟ୍ରକଚର ଯୋଗୁଁଁଁ ଦେଶର ୨୪ଟି ରାଜ୍ୟରେ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ବୟନଶିଳ୍ପ ଓ ଡିଜିଟାଲ ସେବା କ୍ଷେତ୍ରରେ ୬୨୦୦ ମହିଳାଙ୍କ ଉଦ୍ୟମିତା ଓ ଆର୍ଥିକ ଭାଗିଦାରୀକୁ ସଶକ୍ତ କରିଛି। ଓଡ଼ିଶା ମିଲେଟ ମିଶନ କାର୍ଯ୍ୟକ୍ରମରେ ବୈପାରୀଗୁଡ଼ା-ସବୁଜିମା ଏଫପିଓ ସୌରଶକ୍ତି ଦ୍ୱାରା ପରିଚାଳିତ ପ୍ରକ୍ରିୟାକରଣ ବ୍ୟବସ୍ଥା ଆପଣେଇବା ଯୋଗୁଁ ଖର୍ଚ୍ଚ ହ୍ରାସ ପାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

- Advertisement -

ଅର୍ଥନୈତିକ ସର୍ଭେ ରିପୋର୍ଟରେ ଓଡ଼ିଶାର ଶ୍ରମ କ୍ଷେତ୍ରରେ ସଂସ୍କାର ବିଷୟ ଉଲ୍ଲେଖ ରହିଛି। ଓଡ଼ିଶା ସମେତ ୧୪ଟି ରାଜ୍ୟ ଶ୍ରମିକଙ୍କ ଛଟେଇ ଅଥବା କାର୍ଯ୍ୟରୁ ଅବ୍ୟାହତି ଦେବା ପୂର୍ବରୁ ସରକାରଙ୍କ ଅନୁମତି ପାଇଁ ସର୍ବନିମ୍ନ ଶ୍ରମିକ ସଂଖ୍ୟା ୧ଶହରୁ ୩ଶହକୁ ବୃଦ୍ଧି କରିଛନ୍ତି। ଓଡ଼ିଶା ସମେତ ୧୫ଟି ରାଜ୍ୟରେ ରାତି ସିଫ୍ଟରେ ମହିଳାଙ୍କୁ କାମ କରିବା ନିମନ୍ତେ ଅନୁମତି ମିଳିଛି। ସେହିପରି ଓଡ଼ିଶା ସମେତ ୭ଟି ରାଜ୍ୟ ତ୍ରୈମାସିକ ଓଭରଟାଇମ୍‌ ସମୟ ୭୫ ଘଣ୍ଟାରୁ ୧୪୪ ଘଣ୍ଟାକୁ ବୃଦ୍ଧି ଲାଗି ଅନୁମତି ପ୍ରଦାନ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories