www.samajalive.in
Tuesday, December 9, 2025
23.1 C
Bhubaneswar

ବିଜେପିରେ ମିଶିଲେ ଆପରୁ ଇସ୍ତଫା ଦେଇଥିବା ଦିଲ୍ଲୀର ୮ଜଣ ବିଧାୟକ

ନୂଆଦିଲ୍ଲୀ: ଆପ ଛାଡ଼ି ପଦ୍ମ ଧରିଲେ ୮ ବିଧାୟକ। ବିଜେପିରେ ମିଶିଲେ ଆପରୁ ଇସ୍ତଫା ଦେଇଥିବା ଦିଲ୍ଲୀର ୮ଜଣ ବିଧାୟକ। ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଆପରୁ ଇସ୍ତଫା ଦେଇଥିବା ଦିଲ୍ଲୀର ୮ଜଣ ବିଧାୟକ ବିଜେପିରେ ମିଶିଛନ୍ତି। ର୍ଦୁନୀତି ଅଭିଯୋଗ ଆଣି ଗତକାଲି ଆପରୁ ଇସ୍ତଫା ଦେଇଥିଲେ। ସମୟ ଆସିଛି, ଆପ୍‌‌ଦାରୁ ଦିଲ୍ଲୀ ମୁକ୍ତ ହେବ ବୋଲି ପ୍ରଭାରୀ ବୈଜୟନ୍ତ ପଣ୍ଡା ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ବିକାଶ ଦ୍ରୁତ ଗତିରେ ହେଉଛି। କିନ୍ତୁ ରାଜଧାନୀ ଦିଲ୍ଲୀ ଯେଭଳି ବିକାଶ କରିବା କଥା ସେଭଳି କରିନାହିଁ। ଦିଲ୍ଲୀରେ ପ୍ରଗତି ଆଣିବାକୁ ପଡ଼ିବ। ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ଆପ୍‌‌ଦା ମୁଖା ଖୋଲି ଯାଇଛି। ଯମୁନା ପାଣିକୁ ନେଇ ମିଛ ପରେ ମିଛ କହୁଛି ଆପ୍‌‌ଦା। ଏଠି ଘୋଟାଲା ପରେ ଘୋଟାଲା ହୋଇଚାଲିଛି ବୋଲି ପ୍ରଭାରୀ ବୈଜୟନ୍ତ ପଣ୍ଡା ପ୍ରକାଶ କରିଛନ୍ତି।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories