ସମାଜ ଡିଜିଟାଲ ଡେସ୍କ: ୨୦୨୫ ସାଧାରଣ ବଜେଟକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ପ୍ରଶଂସା କରିଛନ୍ତି। ବଜେଟ ବହୁତ ଭଲ ହୋଇଛି ବୋଲି ମୋଦୀ କହିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିସାରିବା ପରେ ପ୍ରଧାନମନ୍ତ୍ରୀ ତାଙ୍କ ନିକଟରେ ପହଞ୍ଚି ଭଲ ବଜେଟ ପାଇଁ କୃତଜ୍ଞତା ଜଣାଇଥିଲେ। ବଜେଟ ଭଲ ହୋଇଥିବାରୁ ସମସ୍ତେ ଆପଣଙ୍କ ପ୍ରଶଂସା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଅର୍ଥମନ୍ତ୍ରୀଙ୍କୁ କହିଥିଲେ।
ବଜେଟକୁ ନେଇ ମୋଦୀ କହିଛନ୍ତି, ଏହି ବଜେଟ ଦେଶର ବିକାଶକୁ ସୁନିଶ୍ଚିତ କରିବ। ବଜେଟ ଦେଶର ସାଧାରଣ ସାଗରିକଙ୍କ ସଞ୍ଚୟ ବୃଦ୍ଧି କରିବ। ବଜଟେ ଗ୍ରାମୀଣ ଅର୍ଥନୀତିର ପ୍ରମୁଖ ବିକାଶ କରିବ। ସମସ୍ତ ଆୟ ବର୍ଗର ଲୋକଙ୍କୁ ବଜେଟ ଫାଇଦା ଦେବ। ବିଶେଷକରି ମଧ୍ୟବିତ୍ତ, କର୍ମଜୀବୀ, ଚାକିରିଆଙ୍କୁ ଲାଭ ମିଳିବ।



