www.samajalive.in
Tuesday, December 9, 2025
16.1 C
Bhubaneswar

ଟ୍ରାଫିକ ନିୟମର ଅନୁପାଳନ କଲେ ସଡକ ଦୁର୍ଘଟଣାକୁ ରୋକାଯାଇ ପାରିବ

କେନ୍ଦୁଝରଗଡ଼଼: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଏବଂ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାନୁଆରୀ ୧ ତାରିଖ ଠାରୁ ଦୀର୍ଘ ମାସେବ୍ୟାପୀ ପାଳିତ ହେଉଥିବା ଜାତୀୟ ସଡ଼କ ସୁରକ୍ଷା ମାସ ଅଭିଯାନ ଶୁକ୍ରବାର ଉଦଯାପିତ ହୋଇଛି। ଏହି ଅବସରରେ ଅଡିଟୋରିୟମଠାରେ ଅନୁଷ୍ଠିତ ଜିଲାସ୍ତରୀୟ ଉଦ୍‌‌ଯାପନୀ ସମାରୋହରେ ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ମୁଖ୍ୟଅତିଥି ଭାବେ ଯୋଗଦେଇ ସଚେତନତତା ମାଧ୍ୟମରେ ଟ୍ରାଫିକ ନିୟମର ଉପଯୁକ୍ତ ଅନୁପାଳନ ଦ୍ୱାରା ହିଁ ସଡ଼କ ଦୁର୍ଘଟଣାକୁ ହ୍ରାସ କରାଯାଇ ଧନଜୀବନର ସୁରକ୍ଷା କରାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ।

ଅତିରିକ୍ତ ଜିଲାପାଳ ମନ୍ଦରଧର ମହାଳିକ, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୁଷଣ ଓ ଆଞ୍ଚଳିକ ପରିବହନ ଅଧିକାରୀ ଗୋପାଳକୃଷ୍ଣ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଡ଼କ ସୁରକ୍ଷା ନିୟମାବଳୀର ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ପୂର୍ବବର୍ଷ ତୁଳନାରେ ଜିଲାରେ ଚଳିତବର୍ଷ ଦୁର୍ଘଟଣାଜନିତ ମୃତାହତ ସଂଖ୍ୟା ହ୍ରାସ ପାଇଥିବାରୁ ଉପସ୍ଥିତ ଅତିଥି ଖୁସି ବ୍ୟକ୍ତ କରିଥିଲେ।

- Advertisement -

ଏହି ଅବସରରେ ସଚେତନଧର୍ମୀ କଣ୍ଢେଇ ନୃତ୍ୟ, ଗୀତିନାଟ୍ୟ, ନାଟକ ଏବଂ ନୃତ୍ୟ ପରିବେଷିତ ହେବା ସହିତ ଟ୍ରାଫିକ ପୁଲିସ କର୍ମଚାରୀ, ସ୍ୱେଚ୍ଛାସେବୀ, ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ଦୀର୍ଘ ୧ମାସ ଧରି ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତାକୁ ବ୍ୟାପକ କରି ଟ୍ରାଫିକ ନିୟମର ଅନୁପାଳନକୁ ଲୋକଙ୍କ ମଧ୍ୟରେ ଏକ ଅଭ୍ୟାସରେ ପରିଣତ କରିବା ପାଇଁ ଜିଲାବ୍ୟାପୀ ପୋଷ୍ଟର, ଦୃଶ୍ୟଶ୍ରାବ୍ୟ ଚଳଚ୍ଚିତ୍ର ପ୍ରଦର୍ଶନ, ରକ୍ତଦାନ ଶିବିର, ପଦଯାତ୍ରା, ସାଇକେଲ ଯାତ୍ରା, ଗାଡିଚାଳକଙ୍କ ଚକ୍ଷୁ ଓ ସ୍ୱାସ୍ଥ୍ୟ ପରୀକ୍ଷା ସାଙ୍ଗକୁ ବିଦ୍ୟାଳୟ ମହାବିଦ୍ୟାଳୟସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories