www.samajalive.in
Monday, December 8, 2025
14.1 C
Bhubaneswar

ମୌଳିକ ସମସ୍ୟା ଘେରରେ ଜାଙ୍ଗଯୋଡି ଗ୍ରାମ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଓ ବିଷମକଟକ ବ୍ଲକ ସୀମାନ୍ତରେ ଥିବା ଜାଙ୍ଗଯୋଡି ଗ୍ରାମ ମୌଳିକ ସମସ୍ୟା ଘେରରେ ରହିଥିବା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମକୁ କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ରାଇଲିମା ଠାରୁ ଯିବାକୁ ହେଲେ ଦୁର୍ଗମ ଅଙ୍କା ବଙ୍କା ପଥୁରିଆ ଘାଟି ରାସ୍ତା ରହିଛି। ବିଷମକଟକ ବ୍ଲକ କୁର୍ଲି ପଞ୍ଚାୟତଠାରୁ ପ୍ରାୟ ୧୦ କିମି ଦୂର ଦୁର୍ଗମ ଘାଟି ରାସ୍ତା ରହିଛି ଜାଙ୍ଗଯୋଡି ଗ୍ରାମ। ଗ୍ରାମବାସୀ ରାସ୍ତା ପାଇଁ ବାରମ୍ବାର ବ୍ଲକ ଓ ଜିଲା ପ୍ରଶାସନକୁ ଗୁହାରି କରିବା ପରେ ପ୍ରାୟ ୩ ବର୍ଷ ପୂର୍ବରୁ ଟେଣ୍ଡର ମାଧ୍ୟମରେ ଚାଟିକଣା ଟ୍ରେନ ଲାଇନ ଠାରୁ ଜାଙ୍ଗଯୋଡି ୧୦କିମି ପର୍ଯ୍ୟନ୍ତ ପ୍ରାୟ ୬ କୋଟି ଟଙ୍କା ରାସ୍ତା କାର୍ଯ୍ୟ କରିବାକୁ ଠିକାଦାର ନେଇଥିଲେ।

ଉକ୍ତ କାର୍ଯ୍ୟକୁ ଠିକାଦାର କିଛି ଦୂରତା ପର୍ଯ୍ୟନ୍ତ କାମ କରି କୌଣସି କାରଣରୁ କାମ ବନ୍ଦ କରି ଦେଇଛନ୍ତି।
ଏହାକୁ ନେଇ ଗ୍ରାମବାସୀ ମଧ୍ୟ ତୁରନ୍ତ କାର୍ଯ୍ୟ କରିବା ପାଇଁ ଦାବି କରିଛନ୍ତି। ଉକ୍ତ ଗ୍ରାମରେ ରାସ୍ତା ନଥିବାରୁ ଶିକ୍ଷକ ମାନେ ଯାଉନଥିବା ଗ୍ରାମବାସୀ କହିଛନ୍ତି। ଗ୍ରାମରେ ବହୁତ ପିଲାମାନେ ପାଠ ନ ପଢି ରହିଛନ୍ତି।
ସେମାନଙ୍କ ଭବିଷ୍ୟତ ନିମନ୍ତେ ଗାଁରେ ବିଦ୍ୟାଳୟ ନ ଥିବାରୁ ଗ୍ରାମବାସୀ ମିଳିତରେ ଗ୍ରାମର ଉଚ୍ଚ ସ୍ଥାନରେ ଏକ ଘର ତିଆରି କରି ବିଦ୍ୟାଳୟ ଖୋଲିବା ପାଇଁ ଦେଇଥିଲେ। ୨୦୧୦ ମସିହାରେ ପ୍ରାଥମିକ ବିଦ୍ୟାଳୟର ସ୍ଥାପିତ ହୋଇଛି । ଉକ୍ତ ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ମାତ୍ର ସେମାନେ ମାସକୁ ଥରେ ଲେଖାଏଁ ଯାଉଥିବା ଗ୍ରାମବାସୀ କହିଛନ୍ତି। କାରଣ ରାସ୍ତା ଖରାପ ରହିଥିବାରୁ ଶିକ୍ଷକ ମାନେ ନିୟମିତ ବିଦ୍ୟାଳୟକୁ ଯାଉନଥିବା ମଧ୍ୟ କହିଛନ୍ତି। ଏହି ଗ୍ରାମରେ ମୋଟ ୪୦ଘର ରହିଛି। ୩୦ଘର ଆଦିବାସୀ ଓ ୧୦ଘର ହରିଜନ (ଡମ୍ବ)ସମ୍ପ୍ରଦାୟର ଲୋକମାନେ ମୋଟ ୪୦୦ଜନ ସଂଖ୍ୟା ରହିଛନ୍ତି।

- Advertisement -

ଶିକ୍ଷକ ନ ଆସିବାରୁ ପିଲା ମାନେ ପାଠ ନ ପଢି ଘର କାମରେ,ଗାଈଗୋରୁ ଚରାଇବା କାମରେ ଲିପ୍ତ ରହୁଛନ୍ତି। ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। କିନ୍ତୁ ମାସକୁ କି ଦୁଇ ମାସକୁ ଥରେ ପିଲାଙ୍କୁ ଛତୁଆ, ଅଣ୍ଡା ଓ ପୁଷ୍ଟିକର ଖାଦ୍ୟ ଦିଆଯାଉଛି। ଏହି ଗ୍ରାମରେ ପ୍ରାୟ ୩୦ ଘରକୁ ଏକ ବର୍ଷ ହେବ ଆବାସ ଗୃହ ନିମନ୍ତେ (ୱାର୍ଡକରର) କାର୍ଯ୍ୟାଦେଶ ମିଳିଛି। ଉଭୟ ପାର୍ଶ୍ୱର ରାସ୍ତା ଖରାପ ଘାଟି ହୋଇଥିବାରୁ ସିମେଣ୍ଟ, ବାଲି, ଇଟା ଆସି ପାରୁ ନ ଥିବା ଯୋଗୁଁ ଘର ତିଆରି କରିବାରେ ବିଳମ୍ବ ହେଉଥିବା ଗ୍ରାମବାସୀ କହିଛନ୍ତି।

ଏହି ଗ୍ରାମର ଲୋକମାନେ ଜଙ୍ଗଲ ଜାତ ଦ୍ରବ୍ୟ ଯଥା ହଳଦୀ, ମହୁ ,ଝୁଣା, ଝାଡୁ, ଅଦା ,କନ୍ଦା ,କଞ୍ଚା କଦଳୀ,ସପୁରୀ, ଛତୁ, ଶିଆଳି ଦୌଡ଼ି, ଶିଆଳି ପତ୍ର ସଂଗ୍ରହ କରି ଚାଟିକଣାକୁ ନେଇ ବିକ୍ରି କରି ସେହି ପଇସାରେ ପରିବାର ଭରଣ ପୋଷଣ କରୁଥିବା କହିଛନ୍ତି। ଗ୍ରାମକୁ ରାସ୍ତା ହୋଇଗଲେ ସମସ୍ତ ପ୍ରକାର ସୁବିଧା ହୋଇପାରିବ ବୋଲି ଗଦା ହୁଈକା, ଜେମା ହୁଈକା, ସମ୍ବାରୁ ହୁଈକା, ବୁଦୁରୁ ହୁଈକା, ଝିମି ହୁଈକା, ମାଣ୍ଡି ହୁଈକା ପ୍ରମୁଖ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନବୀନ ଖରାଙ୍କୁ ପଚାରିବାରୁ ସେ କହିଲେ ରାସ୍ତା ଖରାପ ଯୋଗୁଁ ଯାଉନଥିବେ । ଜାନୁଆରୀ ଠାରୁ ନିୟମିତ ବିଦ୍ୟାଳୟକୁ ଯିବା ପାଇଁ ତାଗିଦ କରିଛି। ଆଞ୍ଚଳିକ ସାଧନ ସଂଯୋଜକଙ୍କୁ ପରିଦର୍ଶନ କରିବାକୁ କୁହାଯାଇଛି।

ମାତ୍ର ୫ ଦିନ ପରେ ବୃହସ୍ପତି ଚଳନ ; ଏହି ରାଶିଙ୍କ ଉପରେ ହେବ ଧନ ବର୍ଷା, ଖୋଲିବ ବନ୍ଦ ଭାଗ୍ୟର ତାଲା..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories