www.samajalive.in
Sunday, December 7, 2025
23.1 C
Bhubaneswar

ପରିବାର ଲୋକଙ୍କୁ ନିଶା ଦେବା ଘଟଣା : ଦୁଇ ଶିଶୁ କଟକ ସ୍ଥାନାନ୍ତର

ଯାଜପୁର : ପରିବାର ଲୋକଙ୍କୁ ନିଶା ଦେଇ ଘରୁ ଫେରାର୍ ହେଲା ନାବାଳିକା। ପ୍ରେମିକର ପ୍ରରୋଚନାରେ ନାବାଳିକା ଜଣକ ଏଭଳି କାଣ୍ଡ ଘଟାଇଥିଲା । ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା କୁଆଖିଆ ଥାନା ନଠୁଆବର ଗାଁର ଜଣେ ନାବାଳିକା ଖାଦ୍ୟରେ ନିଶା ମିଶାଇ ତାର ପରିବାର ଲୋକଙ୍କୁ ଦେଇ ଘରୁ କେଉଁଆଡେ ଫେରାର ହୋଇଯାଇଛି। ଫଳରେ ନିଶା ଔଷଧ ମିଶା ବିଷାକ୍ତ ଖାଦ୍ୟ ଖାଇ ପରିବାରର ୫ ଜଣ ସଦସ୍ୟ ଗୁରୁତର ହୋଇପଡିଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ଅଧିକ ଚିକିତ୍ସା ପାଇଁ ଦୁଇ ଜଣ ଶିଶୁଙ୍କୁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଛି। ପରିବାରର ବାପା, ମାଆ ସହ ୩ ଭାଇ ଭଉଣୀଙ୍କୁ ନିଶା ଦେଇ ନାବାଳିକା ଜଣକ ଫେରାର୍ ହୋଇଯାଇଛି। କେବଳ ସେତିକି ନୁହେଁ ଘରୁ ସୁନା ଗହଣା ନେଇ ଜଣେ ଯୁବକଙ୍କ ସହ ଫେରାର ହୋଇଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories