www.samajalive.in
Tuesday, December 9, 2025
15.1 C
Bhubaneswar

କୁଷ୍ଠ ଏକ ମାରାତ୍ମକ ଚର୍ମ ରୋଗ, ଲକ୍ଷଣ ଜାଣିପାରିଲେ ସହଜ ହୁଏ ନିଦାନ

ଆଠଗଡ:ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନ ଯୋରନ୍ଦା ପିଏଚସି ଆନୁକୂଲ୍ୟରେ ଯୋରନ୍ଦା ସେକ୍ଟର ଅନ୍ତର୍ଗତ ଧାଇପୁର ପ୍ରାଥମିକ ବିଦ୍ୟାଳୟଠାରେ ବିଶ୍ବ କୁଷ୍ଠ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବହୁମୁଖୀ ସ୍ଵାସ୍ଥ୍ଯ ପରିଦର୍ଶକ ମହମଦ୍ ଅସଲମ୍ ଏଥିରେ ସଂଯୋଜନା କରି କୁଷ୍ଠ ରୋଗର ଉତ୍ପତି, କାରଣ, ଲକ୍ଷଣ, ନିରାକରଣ ଓ ଚିକିତ୍ସା ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ । କୁଷ୍ଠ ରୋଗ ଏକ ସଂକ୍ରାମକ ତଥା ପୁରାତନ ଦୀର୍ଘକାଳୀନ ଚର୍ମ ରୋଗ । ଏହି ରୋଗ ପ୍ରଛନ୍ନ ବା ଅପ୍ରକାଶିତ ଭାବେ ବହୁ ଦିନ ଶରୀର ମଧ୍ଯରେ ରହିପାରେ ।

ମାଇକ୍ରୋବ୍ୟାକ୍ଟେରିଉୟମ ଲେପ୍ରି ନାମକ ଜୀବାଣୁ କୁଷ୍ଠ ରୋଗର କାରଣ ଏବଂ ଏହା ଖୁବ ଧିର ଗତିରେ ବଂଶ ବିସ୍ତାର କରିଥାଏ । କୁଷ୍ଠ ରୋଗ ଏକ ମାରାତ୍ମକ ଚର୍ମ ରୋଗ ଏବଂ ପ୍ରାଥମିକ ଅବସ୍ଥାରେ ଏହାର ଲକ୍ଷଣ ଜାଣିପାରିଲେ ରୋଗର ନିଦାନ ସହଜ ହୋଇଥାଏ ବୋଲି ଶ୍ରୀ ଅସଲମ୍ କହିଥିଲେ । ପ୍ରାଥମିକ ସ୍ଥିତିରେ କୁଷ୍ଠ ରୋଗର ଲକ୍ଷଣ ଯଥା ଶରୀରରେ ତମ୍ବାଳିଆ ରଙ୍ଗର ସ୍ପର୍ଶବିହୀନ ମୋଟା ଛଉ ଦେଖାଯିବା ଓ ଅନ୍ଯ ଲକ୍ଷଣ ଦେଖାଯିବା କ୍ଷଣି ଏହାକୁ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା କଲେ ସମ୍ପୂର୍ଣ୍ଣ ଆରୋଗ୍ଯ ସମ୍ଭବ ବୋଲି ଶ୍ରୀ ଅସଲମ୍ ଲୋକମାନଙ୍କୁ ବୁଝାଇଥିଲେ । ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ‘କୁଷ୍ଠମୁକ୍ତ ଭାରତ’ ଗଠନରେ ସଦା ପ୍ରଯତ୍ନଶୀଳ ହେବା ଲାଗି ଶପଥ ଗ୍ରହଣ କରାଯାଇଥିଲା।

- Advertisement -

ଏହି କାର୍ଯ୍ୟକ୍ରମରେ ସମସ୍ତ ସ୍ଵାସ୍ଥ୍ଯକର୍ମୀ, ଅଙ୍ଗନବାଡି ଓ ଆଶାକର୍ମୀ ଏବଂ ଗାଁ କଲ୍ଯାଣ ସମିତିର ସଦସ୍ଯମାନେ ଯୋଗଦେଇ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories