www.samajalive.in
Sunday, December 7, 2025
18.1 C
Bhubaneswar

ଶାନ୍ତି ନିକେତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ

ଖୁଣ୍ଟା: ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକର ବହନାଡ଼ା ଶାନ୍ତିନିକେତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହିଅବସରରେ ମୁଖ୍ୟ ଅତିଥି ଭାବେ ବିଧାନସଭା ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି ଯୋଗ ଦେଇଥିଲେ । କଥା ଗଳ୍ପ ଛଳରେ ଅତିଥିମାନେ ପିଲାମାନଙ୍କ ମଧ୍ୟରେ ଉତ୍ସାହ ଓ ବ୍ୟବହାରିକ ଜ୍ଞାନ ବୃଦ୍ଧି କରିବା ସହ ଶିକ୍ଷାଦାନ ମାଧ୍ୟମରେ  ସୁନାଗରିକ  ଗଠନ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ପ୍ରଧାନ ଶିକ୍ଷକ ଭୁବନେଶ୍ୱର କରଙ୍କ ସଭାପତିତ୍ୱରେ ମୁଖ୍ୟ ବକ୍ତା ଭାବେ ଖୁଣ୍ଟା ବିଇଓ ସୁଦର୍ଶନ ପଣ୍ଡା, ସମ୍ମାନିତ ଅତିଥି ଭାବେ ଖୁଣ୍ଟା ବିଡ଼ିଓ ଦେବଦତ୍ତ ପଣ୍ଡା, ଖୁଣ୍ଟା ବ୍ଲକ ଉପାଧ୍ୟକ୍ଷ ସିଦନାଥ ସୋରେନ, ବହନାଡ଼ା ସରପଞ୍ଚ ଧନେଶ୍ୱର ଟୁଡୁ, ସିଆରସିସି ଶଶିଧର ମହାନ୍ତ,ଏସଏମସି ସଭାପତି କାହ୍ନୁଚରଣ ମୁର୍ମୁ, ଅବସର ପ୍ରାପ୍ତ ବିଇଓ ଚୈତନ୍ୟ ପ୍ରସାଦ ବାରିକ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଧାନ ଶିକ୍ଷକ ଶ୍ରୀ କର ବାର୍ଷିକ ବିବରଣୀ ପାଠ କରିବା ବେଳେ ସ୍କୁଲର ଉପଲବ୍ଧି, ଆବଶ୍ୟକତା ଓ ସମସ୍ୟା ସମ୍ପର୍କରେ ଉପ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବାର୍ଷିକ କ୍ରୀଡ଼ାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories