www.samajalive.in
Sunday, December 7, 2025
23.1 C
Bhubaneswar

ବୁଧବାର ଓ ଗୁରୁବାର ବ୍ୟାଙ୍କ ଯାଇ ସମସ୍ୟା ସୁଧାରନ୍ତୁ ଆବେଦନକାରୀ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ମହତ୍ବାକାଂକ୍ଷୀ ଯୋଜନା ‘ସୁଭଦ୍ରା’ର ଦ୍ବିତୀୟ କିସ୍ତି ମାର୍ଚ୍ଚ ୮ରେ ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ଏପର୍ଯ୍ୟନ୍ତ ପ୍ରାୟ ୮୦ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଏହି ଯୋଜନାରେ ସାମିଲ ହୋଇସାରିଛନ୍ତି। ୩,୩୧,୦୦୦ ମହିଳା ସୁଭଦ୍ରା ଯୋଜନାରେ ସହାୟତା ପାଇଁ ଆବେଦନ କରିଥିଲେ ମଧ୍ୟ ଏନପିସିଆଇଜନିତ ସମସ୍ୟା ଯୋଗୁ ସହାୟତା ପାଇପାରିନାହାନ୍ତି। ଏନ୍‌ପିସିଆଇ ତ୍ରୁଟି ଯୋଗୁଁ ସାମିଲ ହୋଇପାରି ନଥିବା ମହିଳାମାନେ ବ୍ୟାଙ୍କକୁ ଯାଇ ସମସ୍ୟା ଦୂର କରିବାକୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏନ୍‌ପିସିଆଇ ସମସ୍ୟା ପାଇଁ ୩,୩୧,୦୦୦ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇପାରି ନାହାନ୍ତି। ଏପରି ସମସ୍ୟାର ସମ୍ମୁଖୀନ ହୋଇଥିବା ମା’ମାନେ ଆଜି ଓ ଗୁରୁବାର ବ୍ୟାଙ୍କ ଯାଇ ନିଜର ସମସ୍ୟା ସମାଧାନ କରନ୍ତୁ। ଏହି ଦୁଇ ଦିନ ବ୍ୟାଙ୍କଗୁଡ଼ିକ ସ୍ବତନ୍ତ୍ର ଧ୍ୟାନ ଦେବାକୁ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଯେଉଁ ମା’ମାନଙ୍କୁ ବ୍ୟାଙ୍କରୁ ଏ ସଂକ୍ରାନ୍ତରେ ଫୋନକଲ କିମ୍ବା ମୋବାଇଲକୁ ମେସେଜ ଆସିଛି ସେମାନେ ବ୍ୟାଙ୍କ ଯିବାକୁ ସେ ପରାମର୍ଶ ଦେଇଛନ୍ତି। ସୁଭଦ୍ରା ବ୍ୟାନର ଲାଗିଥିବା ବ୍ୟାଙ୍କକୁ ଯିବାକୁ କୁହାଯାଇଛି। ଏନପିସିଆଇ ସମସ୍ୟା ସମାଧାନ ହେବା ପରେ ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ୨୦୨୪ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଏହାପରେ ଅକ୍ଟୋବର ୯ ଓ ନଭେମ୍ବର ୨୪ରେ ସୁଭଦ୍ରା ଯୋଜନାରେ ଦ୍ବିତୀୟ ଓ ତୃତୀୟ କିସ୍ତିରେ ହିତାଧିକାରୀଙ୍କୁ ୫ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯାଇଥିଲା।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories