www.samajalive.in
Sunday, December 7, 2025
26.1 C
Bhubaneswar

ମଧୁଙ୍କୁ ରିଓ୍ୱାର୍ଡ, ପ୍ରକାଶଙ୍କୁ ଆଓ୍ୱାର୍ଡ!

ଭୁବନେଶ୍ଵର: ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ମଧୁସୂଦନ ପାଢୀଙ୍କୁ ରାଜ୍ୟ ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରାଯାଇଛି। ସେହିପରି ପୂର୍ବତନ ଆଇପିଏସ୍ ଅଫିସର ପ୍ରକାଶ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତି ମିଳିଛି। ସୋମବାର ଏନେଇ ସରକାରୀ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶଙ୍କୁ ଏହି ନୂତନ ନିଯୁକ୍ତି ଦିଆଯିବା ସହ କ୍ୟାବିନେଟ୍ ରାଙ୍କ୍‌ ମଧ୍ୟ ପ୍ରଦାନ କରାଯାଇଛି। ରାଜ୍ୟର ନବଗଠିତ ବିଜେପି ସରକାରକୁ ଇତି ମଧ୍ୟରେ ୬ ମାସ ବିତିସାରିଲାଣି। ୬ ମାସ ପରେ ଏହି ପୂର୍ବତନ ବାବୁ ଦ୍ୱୟଙ୍କୁ ନିଯୁକ୍ତି ଦିଆଯିବା ନେଇ ବିଭିନ୍ନ କଥା ଚର୍ଚ୍ଚା ହେଉଛି। ରାଜ୍ୟ ନିର୍ବାଚନ କମିଶନର ଭାବରେ ଗତ ଅଗଷ୍ଟ ମାସ ଠାରୁ ପୂର୍ବତନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ କାର୍ଯ୍ୟକାଳ ଶେଷ ହୋଇସାରିଥିଲା। ମାତ୍ର ସରକାର ନୂତନ କମିଶନର ନିଯୁକ୍ତ କରିବାରେ ବିଳମ୍ୱ କରିବା କାରଣରୁ ସେ ଏହି ଦାୟିତ୍ୱ ତୁଳାଇ ଆସୁଥିଲେ। ୨୦୨୨ ଅକ୍ଟୋବର ମାସରେ ଅବସର ନେଇଥିବା ଶ୍ରୀ ପାଢୀଙ୍କ ଲାଗି ଏହି ନୂତନ ପଦବୀ ବେଶ ଗୁରୁତ୍ୱ ବହନ କରୁଛି। ଆଗକୁ ପଞ୍ଚାୟତ ଏବଂ ପୌର ନିର୍ବାଚନ ଅନୁଷ୍ଠିତ ହେବ। ସିଟ୍ ସଂଖ୍ୟା ସିନା ବିଜେପିକୁ ଅଧିକ ମିଳିଛି ମାତ୍ର ଭୋଟ୍ ପ୍ରତିଶତ ଦେଖିଲେ ବିଜେଡି ଖାତାକୁ ଅଧିକ ଯାଇଛି। ତେଣୁ ନିଜର ପତିଆରା ବଜାୟ ରଖିବା ଲାଗି ରାଜ୍ୟର ସରକାରୀ ଦଳକୁ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସଫଳତା ହାସଲ କରିବାକୁ ପଡିବ । ସେଭଳି କିଛି ଆଶା ନେଇ ମଧୁସୂଦନ ପାଢୀଙ୍କୁ ରାଜ୍ୟ ନିର୍ବାଚନ କମିଶନର କରାଯାଇଥିବା ଏବେ ଚର୍ଚ୍ଚା ହେଉଛି। ସେହିପରି “କମେଡି ଇନ୍ ଖାକି” ନାମକ ଏକ ପୁସ୍ତକ ଲେଖି ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ଆଜିକାଲି ଚର୍ଚ୍ଚାରେ ରହିଛନ୍ତି। ଗତ ୨୦୧୯ ନିର୍ବାଚନରେ ସେ କଟକ ଲୋକସଭା ଆସନରୁ ବିଜେପି ଟିକଟରେ ନିର୍ବାଚନ ଲଢି ପରାସ୍ତ ହୋଇଯାଇଥିଲେ। ଗତ ନିର୍ବାଚନରେ ସେ ସକ୍ରିୟ ନଥିଲେ। ଏବେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା କରାଯାଇ ତାଙ୍କ ପୂର୍ବ ପ୍ରଶାସନିକ ଅଭିଜ୍ଞତାର ଫାଇଦା ନିଆଯିବ ବୋଲି କୁହାଯାଇଛି। ତେବେ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ପ୍ରକାଶ ତାଙ୍କ ବହିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନନେଇ ତାଙ୍କୁ ଖୁବ୍ ସମାଲୋଚନା କରିଛନ୍ତି। ତେଣୁ ପ୍ରକାଶଙ୍କୁ ବିଜେପି ସରକାର ଏହି ପରାମର୍ଶ ଦାତା ପଦବୀର ଆଓ୍ୱାର୍ଡ ଦେଇଥିବା ଏବେ ଚର୍ଚ୍ଚା ହେଉଛି।

 

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories