କୋଣାର୍କ: ଦିନକୁ ଦିନ ରାଜ୍ୟରେ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏକ ହାଇଓ୍ବା କାରକୁ ଧକ୍କା ଦେଇଥିଲା। ଫଳରେ ରାସ୍ତା ଉପରେ କାରଟି ହୁତହୁତ୍ ହୋଇ ଜଳିଯାଇଛି। ଏବଂ ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁରୀରୁ ୩ ଜଣ ସାଙ୍ଗ ହୋଇ ଏକ କାର୍ ଯୋଗେ କୋଣାର୍କ ବୁଲିବାକୁ ଆସୁଥିଲେ। ରାତି ୪ଟା ସମୟରେ ବୁଲାଣି ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ହାଇଓ୍ବା କାରଟିକୁ ଧକ୍କା ଦେଇଥିଲା। ଫଳରେ କାର୍ ଟି ଓଲଟି ପଡି ଜଙ୍ଗଲ ଭିତରକୁ ପଶି ଯାଇଥିଲା। ଏବଂ ନିଆଁ ଲାଗି ହୁତହୁତ୍ ହୋଇ ଜଳିବାକୁ ଲାଗିଥିଲା। ଖବର ପାଇଁ କୋଣାର୍କ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
Popular Categories



