ଭୁବନେଶ୍ଵର: ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉତ୍କର୍ଷ ଓଡିଶା ମେକ୍ ଇନ୍ ଓଡିଶା ସମ୍ମିଳନୀ ୨୦୨୫ରେ ଯୋଗ ଦେବେ। ବହୁ ଭିଭିଆଇପି ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବାର ସୂଚନା ରହିଛି। ଭିଭିଆଇପିଙ୍କ ସୁରକ୍ଷା ଓ ଜନସାଧାରଣଙ୍କ ଆଗମନକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଆଜି ସକାଳ ୧୦ଟା ୨୫ରୁ ସକାଳ ୧୧ଟା ୧୦ ମଧ୍ୟରେ ଏୟାରପୋର୍ଟ ଛକ , ହସ୍ପିଟାଲ ଛକ , ଏଜି ଛକରୁ ବାମ ମୋଡ ଦେଇ ରାଜଭବନ ଛକ , ପାଓ୍ବାର ହାଉସ୍ ଛକ , ୧୨୦ ବାଟାଲୟନ ଛକ , ବେହେରା ସାହି , ଜୟଦେବ ବିହାର, ଜାଭିୟର ଓ ନାଲକୋ ଛକ ଦେଇ ସାଧାରଣ ଗାହି ଚଳାଚଳ ଉପରେ କଟକଣା କରାଯାଇଛି। ଉପରୋକ୍ତ କଟକଣା ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହାନ ଚଳାଚଳ ନିମନ୍ତେ ଲାଗୁ ହେବ ନାହିଁ।
Popular Categories



