www.samajalive.in
Sunday, December 7, 2025
18.1 C
Bhubaneswar

ରଣଜୀ ଟ୍ରଫି: ଓଡ଼ିଶାର ଇନିଂସ ବିଜୟ, ୧୭ ପଏଣ୍ଟ ସହ ୪ର୍ଥ ସ୍ଥାନକୁ ଉନ୍ନୀତ

କଟକ : ଚଳିତ ରଣଜୀ ସଂସ୍କରଣରେ ୨ୟ ବିଜୟ ହାସଲ କରିଛି ଓଡ଼ିଶା କ୍ରିକେଟ୍‌ ଦଳ। ଶିଲଂରେ ରବିବାର ସମାପ୍ତ ହୋଇଥିବା ଏଲିଟ୍‌ ଗ୍ରୁପ୍ ‘ଏ’ ମ୍ୟାଚ୍‌ରେ ଘରୋଇ ମେଘାଳୟକୁ ଇନିଂସ ଓ ୫୬ ରନ୍‌ରେ ଓଡ଼ିଶା ପରାସ୍ତ କରିଛି। ଫଳରେ ଓଡ଼ିଶା କ୍ରମାଗତ ୨ୟ ବିଜୟ ହାସଲ କରିଛି। ଫଳରେ ଓଡ଼ିଶାକୁ ବୋନସ୍ ସହ ୭ ପଏଣ୍ଟ ମିଳିଛି। ୬ଟି ମ୍ୟାଚ୍‌ରୁ ୨ଟି ଲେଖାଏଁ ବିଜୟ ଓ ପରାଜୟ ସହ ଓଡ଼ିଶା ୧୭ ପଏଣ୍ଟ ସହ ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି।

ଆସନ୍ତା ୩୦ରୁ ଟାଙ୍ଗୀର ଡ୍ରିମ୍‌ସ ଗ୍ରାଉଣ୍ଡରେ ସର୍ଭିସେସ୍ ବିପକ୍ଷରେ ଘରୋଇ ଓଡ଼ିଶା ୭ମ ତଥା ଅନ୍ତିମ ଲିଗ୍‌ ମ୍ୟାଚ୍‌ ଖେଳିବ। ଓଡ଼ିଶା ୭ ୱିକେଟ୍‌ରେ ୫୪୮ ରନ୍‌ରେ ପ୍ରଥମ ଇନିଂସ ଘୋଷଣା କରି ୩୫୦ ରନ୍‌ ଆଗରେ ରହିଥିଲା। ପରେ ରବିବାର ମେଘାଳୟ ୨ୟ ଇନିଂସରେ ଉନ୍ନତ ବ୍ୟାଟିଂ କରିଥିଲେ ହେଁ ଇନିଂସ ପରାଜୟ ଏଡ଼ାଇ ପାରିନଥିଲା। ୩ୟ ଦିନରେ ମେଘାଳୟ ୨୯୪ ରନ୍‌କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା।

- Advertisement -

ମେଘାଳୟ ୨ୟ ଇନିଂସରେ ନିଶାନ୍ତ ଚକ୍ରବର୍ତ୍ତୀ ୩୮ ଓ ବି. ଅନିରୁଦ୍ଧ ୨୦ ରନ୍‌ କରିଥିଲେ। ୯୭ରେ ୫ଟି ୱିକେଟ୍ ପଡ଼ିବା ପରେ ୬ଷ୍ଠ ୱିକେଟ୍‌ ପାଇଁ ସୁମିତ କୁମାର ଓ ଯଶକିରତ ସିଂହ ସଚଦେବା ୮୯ ରନ୍‌ ଯୋଡ଼ିଥିଲେ। ସୁମିତ ୫୧ ରନ୍‌ କରିଥିଲେ। ଯଶକିରତ ସଚଦେବା ୧୨ଟି ଚୌକା ସହ ସର୍ବାଧିକ ୮୧ ରନ୍‌ କରିଥିଲେ। ୱାନ୍‌ଲାମ୍ବକମ୍ ନଙ୍ଗ୍‌ଖ୍ଲ ୨୭ ଓ ଦୀପୁ ସାଙ୍ଗ୍‌ମା ୨୧ ରନ୍‌ କରିଥିଲେ। ସୁନୀଲ ରାଉଳ ୪ଟି, ରାଜେଶ ମହାନ୍ତି ୩ଟି ଓ ଗୋବିନ୍ଦ ପୋଦ୍ଦାର ୨ଟି ୱିକେଟ୍‌ ନେଇଥିଲେ। ରଣଜୀ ପଦାର୍ପଣ କରି ମ୍ୟାଚ୍‌ରେ ୭ଟି ୱିକେଟ୍‌ ନେଇଥିବା ତାପସ ଦାସ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories