www.samajalive.in
Tuesday, December 9, 2025
23.1 C
Bhubaneswar

ଭାରସାମ୍ୟ ହରାଇ ଓଲଟିଲା ଏସିଇ ଭ୍ୟାନ୍: ୫ଗୁରୁତର, ୧୫ରୁ ଉର୍ଦ୍ଧ୍ବ ଆହତ

ଅମର୍ଦ୍ଦାରୋଡ଼: ସିଂଲା ଥାନା ବାହାଦଲପୁର ଛକ ନିକଟରେ ଦୃତ ଗତିରେ ଯାଉଥିବା ଏକ ଟ୍ରାକ୍ଟରକୁ ସାଇଟ୍ ଦେବାକୁ ଯାଇ ଗୋଟିଏ ଟାଟା ଏସିଇ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଓଲଟିବା ଯୋଗୁ ୫ଜଣଙ୍କ ଗୁରୁତର ହୋଇଥିବାବେଳେ ୧୫ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ମିଳିଛି। ଏହି ଭ୍ୟାନରେ ଶ୍ରୀକୃଷ୍ଣଙ୍କ ୩୦ ବେଶ ପାଇଁ ଆଜ୍ଞା ମାଳ ଆଣିବାକୁ ଯାଉଥିବା ରାୟପୁର ଗ୍ରାମବାସୀଙ୍କ ମଧ୍ୟରୁ ୧୫ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ ।

ସୂଚନା ଅନୁସାରେ ସୋମବାର ରାୟପୁର ଗ୍ରାମର ୧୫ରୁ ଉର୍ଦ୍ଧ୍ବ ମହିଳା ଏକ ଟାଟା ଏସିଇ ଭ୍ୟାନ ଯୋଗେ ବାଲିଆପାଟି ଜଗନ୍ନାଥ ମନ୍ଦିର ଗାଡିଆରୁ ପାଣି ଆଣି ରାୟପୁର ଗ୍ରାମକୁ ଯାଉଥିଲେ । ବାହାଦଲପୁର ଛକ ନିକଟରେ ଜାମଶୁଳି ପଟୁ ଦୃତ ଗତିରେ ଏକ ଟ୍ରାକ୍ଟର ଯାଉଥିବା ବେଳେ ଟ୍ରାକ୍ଟରକୁ ସାଇଟ୍ ଦେବାକୁ ଯାଇ ଟାଟା ଏସିଇ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଓଲଟି ପଡିଥିଲା। ଫଳରେ ଘଟଣା ସ୍ଥଳରେ ୧୫ରୁ ଉର୍ଦ୍ଧ୍ବ ମହିଳା, ପୁରୁଷ, ଛୋଟ ପିଲା ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗୁରୁତର ହୋଇଥିଲେ ।

- Advertisement -

ଆହତମାନଙ୍କୁ ଉଦ୍ଧାର କରାଯାଇ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ୫ ଜଣ ଗୁରୁତରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏସିଇ ଭ୍ୟାନଟି ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିବା ବେଳେ ସିଂଲା ପୁଲିସ ଅନୁସନ୍ଧାନ ଚଳାଇ ଭ୍ୟାନଟିକୁ ସନ୍ଧ୍ୟାରେ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି। ତେବେ ମାଲ ପରିବହନ ଲାଗି ଉଦ୍ଦିଷ୍ଟ ଭ୍ୟାନଟି ଲୋକ ଭର୍ତ୍ତି କରି ନେଇଥିବା ଏବଂ ପରିବହନ ନିୟମ ଓ ଧାରାକୁ ଉଲଂଘନ କରିଥିବାରୁ ପୁଲିସ ଏଥିପ୍ରତି କଣ କାର୍ଯ୍ୟାନୁଷ୍ଠାନ ଗ୍ରାହଣ କରୁଛି ତାହା ସାଧାରଣରେ ଦେଖିବାକୁ ବାକି ରହିଛି।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories