www.samajalive.in
Tuesday, December 9, 2025
16.1 C
Bhubaneswar

୫ମ ଦିନିକିଆରେ ଇଂଲଣ୍ଡ ‘ଏ’ ବିଜୟୀ ; ଭାରତ ‘ଏ’ ୪-୧ରେ ସିରିଜ ଜିତିଲା

ତିରୁଅନନ୍ତପୁରମ : ଇଂଲଣ୍ଡ ‘ଏ’ ଏଠାରେ ଗୁରୁବାର ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ବେସରକାରୀ ଦିନିକିଆ କ୍ରିକେଟ ମ୍ୟାଚରେ ଘରୋଇ ଭାରତ ‘ଏ’କୁ ୧ ୱିକେଟରେ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ‘ଏ’ ୧୨୧ ରନରେ ଅଲଆଉଟ ହୋଇଥିଲା। ଜବାବରେ ଇଂଲଣ୍ଡ ‘ଏ’ ୯ ୱିକେଟ ବିନିମିୟରେ ୧୨୫ ରନ କରି ବିଜୟୀ ହୋଇଥିଲା। ପରାଜୟ ସତ୍ତ୍ବେ ଭାରତ ‘ଏ’ ପାଞ୍ଚଟିକିଆ ସିରିଜକୁ ୪-୧ରେ ହାତେଇ ନେଇଛି।
ଭାରତ ‘ଏ’ ଅଧିନାୟକ ଅଙ୍କିତ ବାୱାନେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ସିଦ୍ଧେଶ ଲାଡ୍‌ ୩୬, ଅକ୍ଷର ପଟେଲ ୨୩ ଓ ଦୀପକ ଚହର ୨୧ ରନ କରିଥିବାବେଳେ ଦଳର ଅନ୍ୟ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିପାରିନଥିଲେ। ଫଳରେ ଭାରତ ‘ଏ’ ୩୫ ଓଭରରେ ୧୨୧ ରନରେ ଅଲଆଉଟ ହୋଇଥିଲା। ଇଂଲଣ୍ଡ ‘ଏ’ ପକ୍ଷରୁ ଜ୍ୟାକ୍ ଓଭରଟନ୍‌ ୩ଟି ଓ ଟମ୍‌ ବେଲି ୨ଟି ୱିକେଟ ନେଇଥିବା ବେଳେ ଲୁଇସ ଗ୍ରେଗୋରି, ମାଥ୍ୟୁ କାର୍ଟର ଓ ଷ୍ଟିଭେନ ମୁଲାନି ପ୍ରତ୍ୟେକ ଗୋଟିଏ ୱିକେଟ ପାଇଥିଲେ। ଜବାବରେ ଇଂଲଣ୍ଡ ‘ଏ’ ୩୦.୩ ଓଭରରେ ୯ ୱିକେଟ ବିନିମୟରେ ୧୨୫ ରନ କରି ବିଜୟୀ ହୋଇଥିଲା। ବେନ୍‌ ଡକେଟ୍‌ ସର୍ବାଧିକ ୭୦ (ଅପରାଜିତ) ରନ କରିଥିଲେ। ଭାରତ ‘ଏ’ ପକ୍ଷରୁ ଦୀପକ ଚହର ଓ ରାହୁଲ ଚହର ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲଙ୍କୁ ୨ଟି ୱିକେଟ ମିଳିଥିଲା।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories