www.samajalive.in
Sunday, December 7, 2025
18.1 C
Bhubaneswar

କମିଲା ଏଲପିଜି ଦର

ନୂଆଦିଲ୍ଲୀ : ବଜେଟ୍‌ ଉପସ୍ଥାପନର ଅବ୍ୟବହିତ ପୂର୍ବରୁ କମିଛି ଏଲପିଜି ସିଲିଣ୍ଡର ଦର। ଉଭୟ ରିଆତି ଏବଂ ଅଣ-ରିଆତି ସିଲିଣ୍ଡର ମୂଲ୍ୟରେ ଏହି ହ୍ରାସ ଘଟାଯାଇଛି। ଏଥିଯୋଗୁ ରାଜଧାନୀ ନୂଆଦିଲ୍ଲୀରେ ରିଆତି ଯୁକ୍ତ ୧୪.୨ କେଜି ଏଲ୍‌ପିଜି ସିଲିଣ୍ଡର ପିଛା ଦର ୧ ଟଙ୍କା ୪୬ ପଇସା ହ୍ରାସ ଘଟି ୪୯୩ ଟଙ୍କା ୫୩ ପଇସା ହୋଇଛି । ପୂର୍ବରୁ ଏହା ସିଲିଣ୍ଡର ପିଛା ୪୯୪ ଟଙ୍କା ୫୩ ପଇସା ରହିଥିଲା। ସେହିଭଳି ଅଣ-ରିଆତି ସିଲିଣ୍ଡର ମୂଲ୍ୟ ୩୦ ଟଙ୍କା ହ୍ରାସ ଘଟି ସିଲିଣ୍ଡର ପିଛା ୬୫୯ ଟଙ୍କାରେ ପହଞ୍ଚିଛି । ନୂଆ ଦର ଗୁରୁବାର ମଧ୍ୟରାତ୍ରରୁ ଲାଗୁ ​​ହେ‌ଇଛି । ଅନ୍ତଃରାଷ୍ଟ୍ରୀୟ ବଜାରରେ ଏଲ୍‌ପିଜି ଦର ହ୍ରାସ ଏବଂ ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଦୃଢ ରହିବା ଫଳରେ ଏଲ୍‌ପିଜି ମୂଲ୍ୟରେ ଏହି ହ୍ରାସ ଘଟିଛି । ସୂଚନାଯୋଗ୍ୟ ଚଳିତମାସ ପହିଲାରେ ଅଣ-ରିଆତି ସିଲିଣ୍ଡର ମୂଲ୍ୟରେ ୧୨୦ ଟଙ୍କା ଏବଂ ଗତବର୍ଷ ଡିସେମ୍ବରରେ ୧୩୩ ଟଙ୍କା ହ୍ରାସ ଘଟିଥିଲା।
ଏହାର ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ଅଣ-ରିଆତି ଏଲ୍‌ପିଜି ସିଲିଣ୍ଡର ପିଛା ୩୦ ଟଙ୍କା ୫୦ ପଇସା ହ୍ରାସ ଘଟିଛି । ତଦନୁସାରେ, ଘରୋଇ ଏଲ୍‌ପିଜି ଉପଭୋକ୍ତାଙ୍କ ଦ୍ୱାରା ଅଗ୍ରିମ ନଗଦ କାରବାରରେ ମଧ୍ୟ ସିଲିଣ୍ଡର ପିଛା ୩୦ ଟଙ୍କା ୫୦ ପଇସା ହ୍ରାସ ଘଟିବ। ଘରୋଇ ଏଲ୍‌ପିଜି ଉପଭୋକ୍ତାଙ୍କୁ ବର୍ତ୍ତମାନ ସିଲିଣ୍ଡର ପିଛା ୭୧୬ ଟଙ୍କା ୫୦ ପଇସା ବଦଳରେ ୬୮୬ ଟଙ୍କା ପଇଠ କରିବାକୁ ପଡ଼ିବ। ସେହିଭଳି ଘରୋଇ ରିଆତି ଏଲ୍‌ପିଜି ସିଲିଣ୍ଡର ପିଛା ଦର ୧ ଟଙ୍କା ୪୯ ହ୍ରାସ ଘଟିଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories