www.samajalive.in
Sunday, December 7, 2025
14.1 C
Bhubaneswar

ଝିଅଙ୍କ ପ୍ରତି ସାମାଜିକ ଦୃଷ୍ଟିଭଙ୍ଗୀରେ ଲୋଡ଼ା ପିଢ଼ିଗତ ପରିବର୍ତ୍ତନ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ସମ୍ମିଳନୀ କକ୍ଷରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି ।  କନ୍ୟା ସନ୍ତାନମାନେ ହେଉଛନ୍ତି ସୃଷ୍ଟିକର୍ତ୍ତାଙ୍କ ଅନନ୍ୟ ସୃଷ୍ଟି । ଝିଅମାନଙ୍କ ପ୍ରତି ସାମାଜିକ ଦୃଷ୍ଟିଭଙ୍ଗୀରେ ଏକ ପିଢ଼ିଗତ ପରିବର୍ତ୍ତନ ଆସିବା ଦରକାର, କାରଣ ଝିଅମାନଙ୍କ ତୁଳନାରେ ପୁଅମାନଙ୍କ ସଂଖ୍ୟାରେ ଅଧିକ ବୃଦ୍ଧି ହେଉଛି, ଯାହା ଜନସଂଖ୍ୟା ସନ୍ତୁଳନରେ ଏକ ପ୍ରତିବନ୍ଧକ ରୂପେ ଉଭା ହୋଇପାରେ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ ।

ଏହି ଅବସରରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପାଠ ପଢ଼ୁଥିବା ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ‘ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଝିଅମାନଙ୍କୁ ସଶକ୍ତ କର’ ଶୀର୍ଷକରେ ଛାତ୍ର-ଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେହିପରି ଧଉଳି କଲେଜ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟରେ କଳା ଓ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ (ଜନସ୍ୱାସ୍ଥ୍ୟ) ଡା ଜିତେନ୍ଦ୍ର ମୋହନ ବେବର୍ତ୍ତା ଭାରତର ମହିୟସୀ ମହିଳାରତ୍ନଙ୍କ ଅନେକ ପ୍ରେରଣାଦାୟୀ କାହାଣୀ କହିଥିଲେ ।

- Advertisement -

ପରିବାର କଲ୍ୟାଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା ଡା ସଂଯୁକ୍ତା ସାହୁ ଜିଲ୍ଲାଭିତ୍ତିକ ଲିଙ୍ଗ ଅନୁପାତ ଉପସ୍ଥାପନ କରିଥିଲେ ।  ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ସତ୍ୟବ୍ରତ ଛୋଟରାୟ, ମୁରଲୀଧର ପାଢ଼ୀ, ପ୍ରତିଭା ପ୍ରଧାନ, ତାପସ ପାତ୍ର,  ଶ୍ରାବଣୀ ଦାସ, ରିତେଶ ସିସୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories