www.samajalive.in
Sunday, December 7, 2025
26.1 C
Bhubaneswar

ରାଷ୍ଟ୍ରପତି ଭବନ ସୁରକ୍ଷା ଦାୟିତ୍ବରେ ଥିବା ଯବାନଙ୍କ ମୃତ୍ୟୁ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସଂପନ୍ନ

ଆଠଗଡ:ନୂଆଦିଲ୍ଲୀରେ କର୍ତ୍ତବ୍ଯରତ ସମୟରେ ଗତ ୨୨ ତାରିଖରେ ହୃଦଘାତରେ ମୃତ୍ୟବରଣ କରିଥିବା ଭାରତୀୟ ସୈନ୍ୟ ବାହିନୀର ମେଜର ଜିତେନ୍ଦ୍ରିୟ ରାଉତଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ନିଜ ଜନ୍ମମାଟିରେ ଶେଷକୃତ ସମ୍ପନ୍ନ ହୋଇଛି। ଶହୀଦ ଶ୍ରୀ ରାଉତଙ୍କୁ ପୈତୃକ ଗ୍ରାମ ଆଠଗଡ ଵ୍ଲକ ଅନ୍ତର୍ଗତ ସଠିଲୋ ପଞ୍ଚାୟତର କୁଆଁଳ ଶ୍ମଶାନରେ ଏକ ଶୋକାକୁଳ ପରିବେଶରେ ବିଦାୟ ଦିଆଯାଇଥିଲା । ମେଜର ଜିତେନ୍ଦ୍ରିୟ ରାଉତ ୨୦୦୧ ମସିହାରେ ସୈନ୍ୟ ବାହିନରେ ଯୋଗ ଦେଇଥିଲେ ଏବଂ ମୃତ୍ୟୁ ସମୟରେ ମେଜର ଜିତେନ୍ଦ୍ରିୟ ରାଉତ ରାଷ୍ଟ୍ରପତି ଭବନର ସୁରକ୍ଷା ଦାୟିତ୍ବରେ ନିୟୋଜିତ ଥିଲେ।

ଶୁକ୍ରବାର ଦିଲ୍ଲୀର ସେନା ହସ୍ପିଟାଲରୁ ଵିମାନ ଯୋଗେ ତାଙ୍କ ମରଶରୀର ପୂର୍ବାହ୍ନ ୧୧ଘଟିକା ସମୟରେ ଭୁବନନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ପରେ ତାଙ୍କ ମରଶରୀରକୁ ସେନାବାହିନୀର ସ୍ଵତନ୍ତ୍ର ଗାଡିରେ ଆଣାଯିବା ବେଳେ ଆଠଗଡର ମୁଣ୍ଡଳି ନିକଟ ବାଉଁଶଦଣ୍ଡା ଛକଠାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପୁଷ୍ପମାଲ୍ୟ ଅପର୍ଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଶତାଧିକ ଲୋକ ଏକ ବିଶାଳ ଶୋଭାଯାତ୍ରାରେ ମରଶରୀରକୁ ଆଠଗଡ ଆଣିବା ବାଟରେ ମେଘା, ରାଜନଗର, ବେଣ୍ଟପଦା ଛକ, ଆଠଗଡ ସହରର କନ୍ତୋଲ ଅଞ୍ଚଳରେ ଶହ ଶହ ଲୋକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

- Advertisement -

ଝରଣ ଛକ ଠାରେ ଆଠଗଡ ଯୁବ-ଛାତ୍ର ଵିଜେଡି, ବିଜେପି ନେତା ହର ପ୍ରସାଦ ମିଶ୍ର, ନିମାଇଁ ଚରଣ ରାଉତ ପକ୍ଷରୁ ସହୀଦଙ୍କୁ ପୁଷ୍ପମାଲ୍ଯ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଆଠଗଡ ସହର ମୁଖ୍ୟ ରାସ୍ତା ଦେଇ ପୈତୃକ ଗ୍ରାମକୁ ନିଆଯାଇଥିଲା। ପୈତୃକ ବାସଭଵନରେ ଅନ୍ୟ ୨ଭାଇ, ଭାଉଜ, ବୃଦ୍ଧାମାତା ଲୋଭାଵତୀ ରାଉତ, ପତ୍ନୀ ସ୍ନେହଲତା, ପୁଅ ସାଇ ପ୍ରୟାସ, ଝିଅ ଶ୍ରେୟା ସିଂ ପ୍ରିୟଦର୍ଶିନୀ ଶେଷ ଦର୍ଶନ କରିବା ବେଳେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଆଠଗଡ ପୁଲିସ ପ୍ରଶାସନ ପକ୍ଷରୁ ଶ୍ମଶାନ ନିକଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏକ ମାତ୍ର ପୁତ୍ର ସାଇ ମୁଖାଗ୍ନି ଦେଇଥିଲେ।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories