www.samajalive.in
Sunday, December 7, 2025
23.1 C
Bhubaneswar

ସ୍ତ୍ରୀଙ୍କୁ ମାରି କୁକରରେ ରାନ୍ଧିଲେ ସେନା କର୍ମଚାରୀ

ହାଇଦ୍ରାବାଦ : ବର୍ବରତାର ସବୁ ସୀମା ପାର୍‌। ତେଲଙ୍ଗାନାର ରଙ୍ଗାରେଡ୍ଡୀ ଜିଲାରେ ହତ୍ୟାକାଣ୍ଡର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ହଇଚଇ ସୃଷ୍ଟି କରିଛି। ଏଠାରେ ଜଣେ ପୂର୍ବତନ ସେନା କର୍ମଚାରୀ ବର୍ବରତାର ସବୁ ସୀମା ଟପି ଯାଇଥିବା ଜଣାପଡିଛି। ମିଳିଥିବା ସୂଚନାନୁଯାୟୀ, ପୂର୍ବତନ ସେନା କର୍ମଚାରୀ ଗୁରୁ ମୂର୍ତ୍ତି (୪୫) ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କୁକରରେ ରାନ୍ଧିଥିଲେ।
ଅଧିକାରୀଙ୍କ ସୂଚନାନୁଯାୟୀ, ଅଭିଯୁକ୍ତ ଗୁରୁ ମୂର୍ତ୍ତି ଗତ ୧୮ ଜାନୁଆରୀ ତାଙ୍କ ପତ୍ନୀ ଭେଙ୍କଟ ମାଧବୀ (୩୫) ନିଖୋଜ ଥିବା ନେଇ ନିଜ ବାପା ମାଆଙ୍କ ସହ ହାଇଦ୍ରାବାଦର ମୀରପେଟରେ ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ଆରମ୍ଭ ପରେ ପୁଲିସ ଜାଣିବାକୁ ପାଇଥିଲା ଯେ ପତି-ପତ୍ନୀଙ୍କ ମଧ୍ୟରେ ଦୀର୍ଘ ଦିନ ହେବ କଳହ ଲାଗି ରହିଥିଲା। ଏହାପରେ ପୁଲିସ ଗୁରୁ ମୂର୍ତ୍ତିକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଥିଲା। ଏହି ସମୟରେ ସମସ୍ତ ସତ ସାମ୍ନାକୁ ଆସିଥିଲା। ଗୁରୁ ମୂର୍ତ୍ତି ନିଜ ପତ୍ନୀକୁ ହତ୍ୟା କରିଥିବା ନେଇ ଦୋଷ ସ୍ୱୀକାର କରିଥିଲେ। ପୁଲିସକୁ ଦେଇଥିବା ବୟାନ ଅନୁଯାୟୀ, ଗୁରୁ ମୂର୍ତ୍ତି ନିଜ ପତ୍ନୀଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କୁକରରେ ରାନ୍ଧିବା ପରେ ପୋଖରୀରେ ଫିଙ୍ଗିଦେଇଥିଲେ। ଅଭିଯୁକ୍ତ ବୟାନ ଅନୁସାରେ ପୁଲିସ ପ୍ରମାଣ ଏକାଠି କରିବାକୁ ପ୍ରୟାସ ଆରମ୍ଭ କରିଛି। ମୃତଦେହ ଅଂଶ ବିଶେଷକୁ ପୁଲିସ ଖୋଜାଖୋଜି କରୁଛି।
ଗୁରୁ ମୂର୍ତ୍ତି ସେନାରୁ ସେବା ନିବୃତ ହେବା ପରେ କଞ୍ଚନବାଗରେ ସୁରକ୍ଷା ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବିବାହ ୧୩ ବର୍ଷ ପୂର୍ବରୁ ହୋଇଥିଲା। ଉଭୟଙ୍କର ୨ ଶିଶୁ ମଧ୍ୟ ଅଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

୫୦ ବର୍ଷ ପରେ ମୌନୀ ଅମାବାସ୍ୟାରେ ଦୁର୍ଲ୍ଲଭ ଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ହେବ ଧନବର୍ଷା, ବଦଳିଯିବ ଭାଗ୍ୟ..

- Advertisement -

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories