www.samajalive.in
Tuesday, December 9, 2025
16.1 C
Bhubaneswar

ଜାଣନ୍ତୁ ଆଜି କର୍ମକ୍ଷେତ୍ରରେ କେମିତି କଟିବ ଦିନ : ଗୁରୁବାର ରାଶିଫଳ

ମେଷ: ଅଶାନ୍ତିର ପରିସମାପ୍ତି ଘଟିବ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ରାଜ ବଂଶୋଦ୍ଭବ ପୂଜ୍ୟ ହେବେ। ନାନା ସୁନ୍ଦର ବସ୍ତୁ ଲାଭ ହୋଇପାରେ। ତୀର୍ଥ ସୁଖ ମିଳିବ। ସୁନ୍ଦର ବସ୍ତୁ ଲାଭ ହୋଇପାରେ।
ବୃଷ: ବ୍ୟବସାୟରୁ ଧନାଗମ ହେବ। ଧର୍ମାସକ୍ତ ହେବେ। ମତିମାନ୍‌ ହୋଇପାରନ୍ତି। ନୃପ ପ୍ରଧାନ, ଉତ୍ତମ ଗୁଣ ଓ ନୀତିଯୁକ୍ତ ହେବେ। ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଗ୍ରାମର ମୁରବି ହୋଇପାରନ୍ତି।
ମିଥୁନ: ଆୟ ଆଶାନୁରୂପ ହେବ। ଚିନ୍ତାଧାରା ଉଚ୍ଚକୋଟୀର ହେବ। କର୍ମଚଞ୍ଚଳ ରହିବେ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ସୁଖ ମିଳିବ।

କର୍କଟ:  ମିତ୍ରମାନେ କରଛଡ଼ା ଦେଇପାରନ୍ତି। ଗୁଣର ପ୍ରକାଶ ଘଟାଇବାରେ ଅସମର୍ଥ ହୋଇପାରନ୍ତି। କେବଳ ମଧୁର କଥା କହି ପରକୁ ଆପଣାର କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ସାହସୀ ହେବେ।
ସିଂହ: ଆର୍ଥିକ ସ୍ଥିତି ଦୃଢ଼ ରହିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ନାନାବିଧ ସମ୍ମାନର ଅଧିକାରୀ ହେବେ। ମନ ପ୍ରସନ୍ନ ରହିବ।

- Advertisement -

କନ୍ୟା:କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ସରକାରୀ ଅର୍ଥ ମିଳିପାରେ। ଗୃହ ପରିବେଶ ଉତ୍ତମ ମାନର ହେବ। କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ, ବହୁବିଧ ଗୁଣଯୁକ୍ତ ହେବେ।
ତୁଳା: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାକୁ ବିକେନ୍ଦ୍ରୀକରଣ କରି ଲୋକପ୍ରିୟତା ଅର୍ଜନ କରିବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି। ଶତ୍ରୁ ନାଶ କରିବେ।
ବିଛା: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ପ୍ରିୟଭାଷୀ ହେବେ। ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହତୁ ସତର୍କରେ ଚଳିବାକୁ ପଡ଼ିବ।
ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ବହୁ ସୁଖକର ଘଟଣାମାନ ଘଟିବ। ରାଜପୂଜିତ ହେବେ। ଯାନବାହନଯୁକ୍ତ ହୋଇପାରନ୍ତି। ଗ୍ରାମାଧୀଶ ହେବେ। ପରାକ୍ରମଶାଳୀ ହୋଇପାରନ୍ତି।
ମକର: ପୁତ୍ରମାନେ ମିତ୍ରଯୁକ୍ତ ହୋଇପାରନ୍ତି। ଶତ୍ରୁକୁ କରାୟତ କରି କାର୍ଯ୍ୟ ହାସଲ କରିପାରନ୍ତି। ଋଣ ପରିଶୋଧ କରି ଆଶ୍ବସ୍ତ ହୋଇପାରନ୍ତି। ବନ୍ଧୁଙ୍କର ବିଶ୍ବାସଭାଜନ ହୋଇପାରନ୍ତି। ସମ୍ମାନ ଓ ଧନ ମିଳିପାରେ।

କୁମ୍ଭ:ବିଦ୍ୟାରୂପକ ମହାଧନକୁ ସାଇତି ରଖିବାର ପ୍ରୟାସ ଜାରି ରଖିବେ। ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ। ପାରିବାରିକ ଜୀବନ ସୁଖପ୍ରଦ ହେବ। ଯେତେ ବିବାଦ ଘେରକୁ ଗଲେ ବି ଶ୍ରେଷ୍ଠତା ବଜାୟ ରଖିବେ।
ମୀନ: କଠିନ ପରିଶ୍ରମୀ ହେବେ। ମାନସିକ ଅଶାନ୍ତି ଦୂର ହେବ। ଗୃହ ପରିବେଶ ଉତ୍ତମ ମାନର ହେବ। ଯଦିଓ କେତେକ କ୍ଷେତ୍ରରେ ବୁଝାମଣା ଘଟିବ; ମାତ୍ର ପରବର୍ତ୍ତୀ ସମୟରେ ସୁଧାର ଆସିପାରେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories