www.samajalive.in
Sunday, December 7, 2025
26.1 C
Bhubaneswar

ଶିମିଳିପାଳରୁ ୩ ଶିକାରୀ ଗିରଫ : ୨ ବନ୍ଧୁକ ଜବତ

ବାରିପଦା : ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜାଯାଇଥିବା ସିସିଟିଭି କ୍ୟାମେରାରେ ଉତ୍ତୋଳିତ ଫଟୋକୁ ଆଧାର କରି ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଖଣ୍ଡର ସ୍ବତନ୍ତ୍ର ତଦନ୍ତକାରୀ ଦଳ ଦ୍ୱାରା ୩ ଶିକାରୀଙ୍କୁ ଗିରଫ କରାଯାଇଛି। ଗିରଫ ୩ ଶିକାରୀ ହେଉଛନ୍ତି ଉଦଳା ଥାନା ଅନ୍ତର୍ଗତ ବଡ଼ଖମଣ ପଞ୍ଚାୟତର ବାସିନ୍ଦା। ସେମାନେ ହେଲେ ଅନନ୍ତପୁର ଗ୍ରାମର ବୁଧୁରାମ ହାଁସଦା, ବଡ଼ଖମଣ ଗ୍ରାମର ମୁନିରାମ ହେମ୍ବ୍ରମ ଓ ମାଧବ ସିଂ। ବନ୍ୟପ୍ରାଣୀ ସୁରକ୍ଷା ଆଇନ ଖିଲାପ କରାଯାଇଥିବା ନେଇ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ବାରିପଦା ମୁଖ୍ୟ ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଇଜଲାସକୁ ପଠାଯାଇଛି। ଅଭିଯୁକ୍ତମାନଙ୍କଠାରୁ ୨ଟି ଦେଶୀ ବନ୍ଧୁକ ଓ ବନ୍ୟଜନ୍ତୁ ଧରିବା ସକାଶେ ବ୍ୟବହୃତ ହେବାକୁ ଥିବା ଏକ ଫାଶ ମଧ୍ୟ ଜବତ କରାଯାଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories