www.samajalive.in
Sunday, December 7, 2025
26.1 C
Bhubaneswar

୧୫ ବର୍ଷରୁ କମ୍ ବୟସ ବର୍ଗର ମୁଖ୍ୟମନ୍ତ୍ରୀ କପ୍

ଫୁଲବାଣୀ: ସ୍ଥାନୀୟ କୋରୋନେସନ୍ ପଡ଼ିଆରେ କ୍ରୀଡ଼ା ଓ ଯୁବସେବା ବିଭାଗ, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ସଂଘର ମିଳିତ ସହଯୋଗରେ ଅନୁଷ୍ଠିତ ୧୫ ବର୍ଷରୁ କମ୍ ବୟସ ବର୍ଗର ମୁଖ୍ୟମନ୍ତ୍ରୀ କପ୍ ଜିଲ୍ଲା ଅନ୍ତଃକ୍ଲବ୍ ବାଳକ ଫୁଟବଲ ମ୍ୟାଚର ଦୁଇଟି ମ୍ୟାଚ ହୋଇଥିଲା। ଏହି ଦିବସର ପ୍ରଥମ ମ୍ୟାଚରେ ମହାବୀର କ୍ଲବ ୧-୦ ଗୋଲରେ ମାଆ ବୌଟି କ୍ଲବକୁ ପରାସ୍ତ କରିଥିଲା। ଗତକାଲିର ଅନ୍ୟତମ ମ୍ୟାଚରେ ବାଣୀଶ୍ରୀ କ୍ଲବ ଏବଂ ଭବାନୀ କ୍ଲବ ମଧ୍ୟରେକଡ଼ା ମୁକାବିଲା ହୋଇ ୦-୦ ଗୋଲରେମ୍ୟାଚ ସମାପ୍ତ ହୋଇଥିଲା। କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମ୍ୟାଚକୁ ଉପଭୋଗ କରିଥିଲେ। ତାଙ୍କ ସହିତ ଜିଲ୍ଲା କ୍ରୀଡା ଅଧିକାରୀ ସମୀର କୁମାର ନାୟକ, ଜିଲ୍ଲା କ୍ରୀଡା ସଂଘ ସାଧାରଣ ସମ୍ପାଦକ ଶିବପ୍ରଶାଦ ତ୍ରିପାଠୀଙ୍କ ସମେତ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ସେହିପରି ଆଜିର ପ୍ରଥମ ମ୍ୟାଚରେ ଫୁଲବାଣୀ ଫୁଟବଲ ସଂଘ ଶିବ ଶକ୍ତି କ୍ଲବକୁ ୩-୦ ରେ ପରାସ୍ତ କରିଥିବା ବେଳେ ଦ୍ବିତୀୟ ମ୍ୟାଚରେ ସୁଜିତ ଫୁଟବଲ କ୍ଲବ ଏନ୍. ଏସ୍. ସି . ବି କୁ ୧-୦ ଗୋଲ୍ ରେ ପରାସ୍ତ କରିଥିଲା।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories