www.samajalive.in
Tuesday, December 9, 2025
26.1 C
Bhubaneswar

ପନ୍ତ ହେଲେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଅଧିନାୟକ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ପ୍ରିମିୟର ଲିଗ(ଆଇପିଏଲ) ୨୦୨୫ ସଂସ୍କରଣରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲଏସଜି)ର ଅଧିନାୟକ ଭାର ସମ୍ଭାଳିବେ ରୁଷଭ ପନ୍ତ। ଚଳିତ ଆଇପିଏଲର ସବୁଠୁ ଦାମୀ ଖେଳାଳି ପନ୍ତଙ୍କୁ ଏଲଏସଜି ମାଲିକ ସଞ୍ଜୀବ ଗୋଏଙ୍କା ଅଧିନାୟକ ଭା​‌ବେ ନିଯୁକ୍ତ କରିଛନ୍ତି। ଏ ନେଇ ସୋମବାର କଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସଞ୍ଜୀବ ଘୋଷଣା କରିଛନ୍ତି। ଫଳରେ ଏହାକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ହୋଇଛି।

ଗତ ଆଇପିଏଲରେ ଏଲଏସଜିର ଖରାପ ପ୍ରଦର୍ଶନ ଯୋଗୁ କେ.ଏଲ. ରାହୁଲଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା। ଏହା ପରେ ଦଳ ନୂଆ ଅଧିନାୟକ ଖୋଜୁଥିଲା। ପ୍ରାଥମିକ ପର୍ଯ୍ୟାୟରେ ନିକୋଲାସ ପୂରନଙ୍କୁ ଅଧିନାୟକ ପଦ ମିଳିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏଲଏସଜି ଟିମ ପନ୍ତଙ୍କୁ କିଣିବା ପରେ ତାଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିବା ନେଇ ଘୋଷଣା କରିଛି।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories