www.samajalive.in
Tuesday, December 9, 2025
19.1 C
Bhubaneswar

ସରିଲା ଫିନାଲେ ; ‘ବିଗ୍‌ ବସ୍‌ ୧୮’ର ବିଜେତା ହେଲେ କରଣ ବୀର୍‌ ମେହେରା

ମୁମ୍ବାଇ : ଟିଭିର ସବୁଠାରୁ ଲୋକପ୍ରିୟ ରିଆଲିଟି ଶୋ’ ସଲମାନ୍‌ ଖାନ୍‌ଙ୍କ ‘ବିଗ୍‌ ବସ୍‌ ୧୮’ର ଗ୍ରାଣ୍ଡ ଫିନାଲେ ରବିବାର ଅର୍ଥାତ୍‌ ଜାନୁଆରୀ ୧୯ରେ ଶେଷ ହୋଇଛି । ସମସ୍ତ ଅପେକ୍ଷାର ଅନ୍ତ ଘଟାଇ କରଣ ବୀର୍‌ ମେହେରା ‘ବିଗ୍‌ ବସ୍‌ ୧୮’ର ବିଜେତା ହୋଇଛନ୍ତି । ପ୍ରଶଂସକଙ୍କ ସର୍ବାଧିକ ଭୋଟ୍‌ ପାଇ ‘ବିଗ୍‌ ବସ୍‌ ୧୮’ ସିଜିନ୍‌ର ବିଜେତା କରଣଙ୍କୁ କାର୍ଯ୍ୟକ୍ରମର ହୋଷ୍ଟ ସଲମାନ୍‌ ଖାନ୍‌ ବିଜେତା ଭାବେ ଘୋଷଣା କରିଥିଲେ । ୧୮ ଜଣ ପ୍ରତିଯୋଗୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଶୋ’ରେ ଶ୍ରେଷ୍ଠ ୬ ଜଣଙ୍କ ମଧ୍ୟରୁ ପ୍ରଥମେ ଈଶା ସିଂ ଓ ପରେ ଚୁମ୍‌ ଦାରାଙ୍ଗ ଓହରି ଯାଇଥିଲେ । ଏହାପରେ ଅବିନାଶ ମିଶ୍ରା ବାହାରିଥିଲେ । ପରେ ଟପ୍‌-୩ରେ ପହଞ୍ଚିଥିଲେ କରଣ ବୀର ମେହେରା, ଭିଭିଅନ୍‌ ଡିସେନା ଓ ରଜତ ଦଲାଲ । ରଜତଙ୍କ ପରେ କରଣ ଓ ଭିଭିଅନ୍‌ଙ୍କ ମଧ୍ୟରେ କିଏ ଟ୍ରଫି ହାତେଇବ ସେନେଇ ରହିଥିଲା ସମସ୍ତଙ୍କ ନଜର । ଶେଷରେ ସଲମାନ୍‌ ପୁରସ୍କାର ରାଶି ସହ କରଣ ବୀର ମେହେରାଙ୍କୁ ‘ବିଗ୍‌ ବସ୍‌ ୧୮’ର ବିଜେତା ଘୋଷଣା କରିଥିଲେ । ଟ୍ରଫି ସହ ତାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି ।
ଚଳିତ ବର୍ଷ ‘ବିଗ୍‌ ବସ୍‌ ୧୮’ ୬ ଅକ୍ଟୋବର ୨୦୨୪ରେ ଆରମ୍ଭ ହୋଇଥିଲା । ଏଥର ବିଷୟ ବସ୍ତୁ ଥିଲା ‘ଟାଇମ୍‌ କା ତାଣ୍ଡବ’ । ୧୮ ଜଣ ପ୍ରତିଯୋଗୀଙ୍କ ସହ ଏହି ଲୋକପ୍ରିୟ ଟିଭି ଶୋ’ ଆରମ୍ଭ ହୋଇଥିଲା ।

ଥରେ ଚାର୍ଜ କଲେ ଗୋଟିଏ ମାସ ଚାର୍ଜ ରଖେ ଏହି ଫୋନ୍‌ ; ୨୦୦ ଏମପି କ୍ୟାମେରା, ଚଟାଣରେ ପିଟିଲେ ବି ଭାଙ୍ଗିବନି..

କୁକୁଡାଙ୍କୁ ଚାଷୀ ଦେଲେ ଦେଶୀ ମଦ, ଆଉ ତା’ପରେ..

- Advertisement -

ଜାଣନ୍ତୁ କେଉଁ ସମୟରେ ଦେଖୁଥିବା ସ୍ୱପ୍ନ ନିଶ୍ଚୟ ହୁଏ ସତ! ଏହି ସ୍ୱପ୍ନ ଦିଏ ଧନଲାଭର ସଙ୍କେତ..

୫୦ ବର୍ଷ ପରେ ଶନିଙ୍କ ନକ୍ଷତ୍ରରେ ଚଳନ କରିବେ ମଙ୍ଗଳ: ଏହି ୩ ରାଶିଙ୍କୁ କରିବେ ଭାଗ୍ୟଶାଳୀ,ବଢିବ ଦରମା ,ମିଳିବ ସୁଖମୟ ଦାମ୍ପତ୍ୟ ଜୀବନ..

 

 

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories