www.samajalive.in
Tuesday, December 9, 2025
16.1 C
Bhubaneswar

୨୪ରୁ ପ୍ରଧାନମନ୍ତ୍ରୀ ଆବାସ ସର୍ଭେ, ଆଉ ନାହିଁ ବିଜୁ ପକ୍କାଘର : ମନ୍ତ୍ରୀ

ଭୁବନେଶ୍ଵର: ୨୪ରୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଆବାସ ସର୍ଭେ। ଆଜି ଏ ନେଇ ସୂଚନା ଦେଇଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ। ଏହା ପ୍ରାୟ ଦେଢରୁ ଦୁଇ ମାସ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ମନ୍ତ୍ରୀ। ହିତାଧିକାରୀ ମାନେ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଆବାସ ସଂଖ୍ୟା ଦୁଇରୁ ତିନି କୋଟିକୁ ବଢିଛି । ଓଡିଶାକୁ ଅଧିକ ମିଳିବା ନେଇ ଆଶା ରଖାଯାଇଛି। କେନ୍ଦ୍ର ସରକାର ନିୟମାବଳୀକୁ କିଛି ମାତ୍ରାରେ କୋହଳ କରିଛନ୍ତି। ବାଇକ୍ , ଫ୍ରିଜ୍ ଥିଲେ ମଧ୍ୟ ଆବେଦନ କରିପାରିବେ । ବାପାଙ୍କଠୁ ଭିନ୍ନ ହୋଇଥିବା ପୁଅ, ସ୍ଵାମୀଙ୍କଠାରୁ ଅଲଗା ରହୁଥିବା ମହିଳାମାନେ ମଧ୍ୟ ଆବେଦନ କରିପାରିବେ। ଆହୁରି ମଧ୍ୟ ସେ କହିଛନ୍ତି ବିଜୁ ପକ୍କା ଘର ଆଉ ନାହିଁ। ବିଜୁ ପକ୍କା ଘରର ଛାପା କେବଳ ଘର ଆଗରେ ରହିଛି, ଖୁବ୍ ଶୀଘ୍ର ଲୋକମାନେ ତାକୁ ହଟାଇବେ ।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories