ଭୁବନେଶ୍ଵର : କେଦାରଗୌରୀ ଚାରି କୁଣ୍ଡକୁ ତାର ବାଡ଼ ପାଇଁ ବିଏମ୍ସିକୁ ୫ମାସ ପୂର୍ବରୁ ପ୍ଲାନ ଓ ଏଷ୍ଟିମେଟ ମଗା ଯାଇଥିଲା। ଏପର୍ଯ୍ୟନ୍ତ ଏଷ୍ଟିମେଟ୍ ପ୍ରଦାନ କରାଯାଇ ଇନଥିବାରୁ ଅଦାଲତଙ୍କ ନିର୍ଦେଶ ଅନୁଯାୟୀ ଦେବୋତ୍ତର ଆୟୁକ୍ତଙ୍କ ପକ୍ଷରୁ କେଦାରଗୌରୀ ତୀର୍ଥକୁଣ୍ଡକୁ ଆବର୍ଜନାରୁ ମୁକ୍ତ କରା ରାଯାଇ ପାରୁନି । ବିଏମ୍ସି ଅଧୂକାରୀ ଖାମଖୁଆଲ ନୀତି ଯୋଗୁଁ ତୀର୍ଥ ପୁଷ୍କରିଣୀ ତା’ର ଗୌରବ ହରାଉଥିବା ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ତୀର୍ଥକୁଣ୍ଡର ସମସ୍ୟାକୁ ନେଇ ୬ବର୍ଷ ପୂର୍ବେ ସ୍ଥାୟୀ ଲୋକ ଅଦାଲତରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା। ଶ୍ରୀଲିଙ୍ଗରାଜଙ୍କ ସେବକ ତଥା ଆଇନଜୀବୀ ସଞ୍ଜୀବ ପୂଜାପଣ୍ଡା ମାମଲା ଦାଏର କରିଥିଲେ। ମାମଲାରେ ୪ତୀର୍ଥ କୁଣ୍ଡର ପାଣି ନିଷ୍କାସନ ପଥ ନିର୍ମାଣ, ଚାଉଳଧୁଆ କୁଣ୍ଡର ପାଣିକୁ ଆବର୍ଜନା ମୁକ୍ତ ରଖିବା ସହ ତା’ର ଚାରିପଟେ ତାର ବାଡ଼ ଦେବାକୁ ଆବେଦନ କରିଥିଲେ। ଏହି ପରିପ୍ରେକ୍ଷୀରେ ଅଦାଲତଙ୍କ ନିର୍ଦେଶ ରେ ବିଏମ୍ସି ଅନୁସାରେ ଅର୍ଥରେ ପୂର୍ବ ବିଭାଗ ଡିଭିଜନ – ୨ ତୀର୍ଥକୁଣ୍ଡର ପାଣି ନିଷ୍କାସନ ପଥ ନିର୍ମାଣ କରିଥିଲା। ହେଲେ ତୀର୍ଥକୁଣ୍ଡକୁ ତାର ବାଡ଼ ସାହଯ୍ୟରେ ଆବଦ୍ଧ କରିବା ପାଇଁ ଅଦାଲତ ଦେବୋତ୍ତର ଆୟୁକ୍ତ ଓ ବିଏମ୍ସି ଆୟୁକ୍ତଙ୍କୁ ନିର୍ଦେଶ ଦେଇଥିଲେ।
ଦେବୋତ୍ତର ଆୟୁକ୍ତ ଲାଟେନ୍ଦୁ ଜେନା ଅଦାଲତଙ୍କ ନିର୍ଦେଶ ପରେ ୨ଜଣିଆ ଯାଞ୍ଚ କମିଟି ଗଠନ କରିଥିଲା। ଦେବୋତ୍ତର ସହକାରୀ ଆୟୁକ୍ତ ଶିଶିର କୁମାର ସାହୁ ଓ ଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ରୁଦ୍ରନାରାୟଣ ମହାନ୍ତିଙ୍କୁ ନେଇ କୁଣ୍ଡର ଅବସ୍ଥା ଅନୁଧ୍ୟାନ କରିଥିଲେ। ଯାଞ୍ଚ ରିପୋର୍ଟରେ ତୀର୍ଥକୁଣ୍ଡଗୁଡ଼ିକ ଆବର୍ଜନାରୁ ମୁକ୍ତ କରିବା ପାଇଁ ତାର ବାଡ଼ ହେବା ନିହାତି ଜରୁରୀ ବୋଲି ଦର୍ଶାଯାଇଥିଲା। ୨୦୨୪ ଅଗଷ୍ଟ ୨୯ରେ ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମହାନ୍ତି ବିଏମ୍ସିକୁ ତୀର୍ଥପୁଷ୍କରିଣୀକୁ ତାର ବାଡ଼ ପାଇଁ ପ୍ଲାନ ଏଷ୍ଟିମେଟ ମାଗିଥିଲେ। ଅଦ୍ୟାବଧି ବିଏମ୍ସି ପକ୍ଷରୁ ମନ୍ଦିର ପ୍ରଶାସନକୁ ଏଷ୍ଟିମେଟ ଦିଆଯାଇନଥିବା ଜଣାପଡ଼ିଛି।



