ଆରଡି: ଭଦ୍ରକ ଜିଲା ଧୁଷୁରୀ ଥାନା ଅଧିନସ୍ଥ ଶୀତଳପୁର ଗାଁର କାହ୍ନୁ ଚରଣ ପରିଡା ଓ ତାଙ୍କ ପୁଅ ଭଜମନ ପରିଡା ଖଳାରେ ରଖିଥିବା ଧାନଗଦାର ଚାରିପଟେ ବିଦ୍ଯୁତ୍ ତାର ବିଛାଇଥିଲେ। ହେଲେବିଛା ଯାଇଥିବା ବିଦ୍ଯୁତ ତାର ସ୍ପର୍ଶରେ ଆସି ଗାଁର ରମେଶ ମାଝି(୪୮)ଙ୍କ ଗୁରୁତର ହୋଇ ତଳେ ପଡିଯାଇଥିଲେ।
ରମେଶକୁ ପ୍ରଥମେ ଆରଡି ମେଡିକାଲ ଓ ପରେ ଭଦ୍ରକ ମେଡିକାଲକୁ ନିଆଯାଇଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ଯୁ ଘଟିଥିଲା। ଏପରି ଘଟଣାକୁ ନେଇ ରମେଶଙ୍କ ପରିବାର ପକ୍ଷରୁ ଆରଡି ଫାଣ୍ଡିରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ମିଳିବ ପରେ କାହ୍ନୁ ପରିଡାକୁ ପୁଲିସ ଗିରଫ କରି ମାମଲା ରୁଜୁ କରିଛି। ଅନ୍ଯପଟେ ରମେଶର ମୃତଦେହ ବ୍ଯବଛେଦ କରି ପରିବାରକୁ ହସ୍ତାନ୍ତର କରାଯାଇଛି।



