www.samajalive.in
Sunday, December 7, 2025
26.1 C
Bhubaneswar

ସିରାଜ ବାଦ୍‌ ପଡ଼ିବା ନେଇ ସ୍ପଷ୍ଟୀକରଣ ରଖିଲେ ରୋହିତ: ପରିସ୍ଥିତି, ପ୍ରଦର୍ଶନ ଆଧାରରେ ଦଳ ବଛାଯାଇଛି

ମୁମ୍ବଇ: ଇଂଲଣ୍ଡ ବିପକ୍ଷ ଘରୋଇ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଓ ଚମ୍ପିଆନ୍‌ସ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଲାଗି ବିସିସିଆଇ ପକ୍ଷରୁ ଶନିବାର ୧୫ଜଣିଆ ଭାରତୀୟ ଦଳ ମନୋନୟନ କରାଯାଇଛି। ଦଳରେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ସ୍ଥାନ ମିଳିନାହିଁ। ଦ୍ରୁତ ବୋଲର ଭାବେ ମହମ୍ମଦ ସାମି, ଅର୍ଶଦୀପ୍‌ ସିଂହ ଓ ଯଶପ୍ରୀତ ବୁମ୍‌ରାଙ୍କୁ ସ୍ଥାନ ମିଳିଥିବାବେଳେ ହର୍ଷିତ ରାଣା ଅତିରିକ୍ତ ଖେଳାଳି ରହିଛନ୍ତି।

ସିରାଜ ବାଦ୍‌ ପଡ଼ିବା ନେଇ ବିଭିନ୍ନ ସ୍ତରରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସିରାଜ୍‌ ବାଦ୍‌ ପଡ଼ିବା ନେଇ ଅଧିନାୟକ ରୋହିତ ଶର୍ମା ସ୍ପଷ୍ଟିକରଣ ରଖିଛନ୍ତି। ରୋହିତ କହିଛନ୍ତି ଯେ, ବୋଲିଂ ବିଭାଗରେ ସନ୍ତୁଳିତ ଦଳ ମନୋନୟନ କରାଯାଇଛି। ଦଳରେ ୩ଜଣ ଦ୍ରୁତ ବୋଲରଙ୍କୁ ନିଆଯାଇଛି। ସେଥିମଧ୍ୟରୁ ସିରାଜ ଦୁର୍ଭାଗ୍ୟଜନକ ଭାବେ ବାଦ୍‌ ପଡ଼ିଛନ୍ତି।

- Advertisement -

ତାଙ୍କ ପ୍ରଦର୍ଶନ ଏବେ ହ୍ରାସ ପାଇବାରେ ଲାଗିଛି। ନୂଆ ବଲରେ ସିରାଜ ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହୋଇଥାନ୍ତି। ମିଡିଲ ଓଭରରେ ସିରାଜଙ୍କ ପ୍ରଦଶର୍ନ ଭଲ ନାହିଁ। ଅର୍ଶଦୀପ୍‌ ସିଂହ ଓ ବୁମ୍‌ରା ନୂଆ ବଲରେ ଭଲ ବୋଲିଂ କରୁଥିବାବେଳେ ମହମ୍ମଦ ସାମି ମିଡ଼ିଲ ଓଭରରେ ପ୍ରଭ​‌ାବୀ ପ୍ରଦର୍ଶନ କରିଥାନ୍ତି। ପରିସ୍ଥିିତି ଓ ପ୍ରଦର୍ଶନକୁ ନେଇ ଦ୍ରୁତ ବୋଲିଂ ବିଭାଗ ଗଠନ କରାଯାଇଛି।

ବୁମ୍‌ରା,ସାମି ଓ ଅର୍ଶଦୀପ୍‌ଙ୍କ ସ୍ଥାନ ସୁରକ୍ଷିତ ଥିବାବେଳେ ସିରାଜ ସ୍ଥାନ ପାଇବା ଅସମ୍ଭବ ଥିଲା ବୋଲି ରୋହିତ କହିଛନ୍ତି। କେବଳ ସିରାଜ ନୁହଁନ୍ତି ସଞ୍ଜୁ ସାମସନ ମଧ୍ୟ ଦୁର୍ଭାଗ୍ୟଜନକ ଭାବେ ଦଳରେ ସ୍ଥାନ ପାଇନାହାନ୍ତି। ପରିସ୍ଥିତିକୁ ଦେଖି ଦଳ ମନୋନୟନ କରାଯାଇଛି ବୋଲି ରୋହିତ କହିଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories