www.samajalive.in
Sunday, December 7, 2025
18.1 C
Bhubaneswar

ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଯାଉଥିଲା ତଥ୍ୟ

କଟକ : ‘ସିମ୍‌ ବକ୍ସ’ ଜାଲିଆତି ଘଟଣାର ଅଭିଯୁକ୍ତ ମହମ୍ମଦ ଇକ‌ବାଲ୍‌‌ ହୁସେନ୍‌ର ଜାମିନ୍‌ ଆବେଦନକୁ ହାଇକୋର୍ଟ ଶୁକ୍ରବାର ଖାରଜ କରି ଦେଇଛନ୍ତି । ଇକ୍‌ବାଲ କ୍ରାଇମ୍‌‌ବ୍ରାଞ୍ଚ୍‌‌ ଏସ୍‌ଟିଏଫ୍‌ ଦ୍ବାରା ଗିରଫ ହୋଇଥିଲା। ଇକ‌ବାଲ୍‌‌ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ଅଫିସର ଅବଦୁଲ୍ଲ ହମିଦ୍‌ ସହ ଯୋଗାଯୋଗରେ ରହିଥିଲା। ଇକ‌ବାଲ୍‌‌ର ଆକାଉଣ୍ଟକୁ ଟଙ୍କା କାରବାର ହୋଇଥିବାର ପ୍ରମାଣ ମଧ୍ୟ ରହିଛି। ପୂର୍ବରୁ ମଧ୍ୟ ଏହି ଘଟଣାରେ ଜଡ଼ିତ ଅନ୍ୟ କିଛି ଅଭିଯୁକ୍ତଙ୍କ ଜାମିନ୍‌ ଆବେଦନ ହାଇକୋର୍ଟ ଖାରଜ କରିଦେଇଥିଲେ। ଏହି ଘଟଣା ପଛରେ ବଡ଼ ଷଡ଼ଯନ୍ତ୍ର ମଧ୍ୟ ରହିଛି। ବିଚାରପତି ଶଶିକାନ୍ତ ମିଶ୍ର ଏହି ମାମଲାର ଶୁଣାଣି କରି ଆବେଦନକାରୀକୁ ଜାମିନ୍‌‌ ଦିଆଯାଇ ପାରିବ ନାହିଁ ବୋଲି ମତ​‌େ​‌ଦବା ସହ ଆବେଦନକୁ ଖାରଜ କରି ଦେଇଛନ୍ତି । ୨୦୨୩ ମେ ୧୨ରେ କ୍ରାଇମ୍‌‌ବ୍ରାଞ୍ଚ୍‌‌ ଏସ‌ଟିଏଫରେ ଜଣେ ପୁଲିସ୍‌ ଏସ୍‌ଆଇ ଏକ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଆଧାର କରି ଭୁବନେଶ୍ବର ରେଳ ଷ୍ଟେସନରେ ପଠାଣି ସାମନ୍ତ ଲେଙ୍କା ନାମକ ବ୍ୟକ୍ତିକୁ ଗିରଫ କରାଯାଇଥିଲା। ପଠାଣିକୁ ଜେରା କରାଯିବା ପରେ ସେ ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ସହ ମିଶି ପାକିସ୍ତାନର ଆଇଏସ୍‌ଆଇ ଏଜେଣ୍ଟକୁ ମୋବାଇଲ୍‌ ନମ୍ବର ଏବଂ ଓଟିପି ସେୟାର କରୁଥିବା ଜଣାପଡ଼ିଥିଲା। ସେମାନେ ବିଭିନ୍ନ ସାମାଜିକ ଗଣମାଧ୍ୟମକୁ କାର୍ଯ୍ୟକ୍ଷମ କରି ନିଜର ବିଭିନ୍ନ ସୁବିଧା ହାସଲ କରୁଛନ୍ତି। ଏପରିକି ଫେସବୁକ୍‌ରେ ସେମାନେ ‘ଫ୍ରି ରିଚାର୍ଜ ବକ୍ସ’ ନାମରେ ଏକ ଆକାଉଣ୍ଟ ଖୋଲିଥିଲେ। ଯେଉଁଥିରେ ସେମାନେ ବିଦେଶୀ ନାଗରିକଙ୍କ ସମେତ ୧ ଲକ୍ଷ ଲୋକଙ୍କୁ ଯୋଡ଼ିଥିଲେ। ପ୍ରଦ୍ୟୁମ୍ନ କୁମାର ସାହୁ ନାମକ ଜଣେ ଯୁବକଙ୍କଠାରୁ ସେମାନେ ସିମ୍‌କାର୍ଡ଼ କିଣୁଥିଲେ। ପଠାଣିର ବୟାନ ଆଧାରରେ ଅନ୍ୟ ସହଯୋଗୀଙ୍କ ଘରେ ଚଢ଼ାଉ କରାଯାଇ ସମସ୍ତଙ୍କୁ ଗିରଫ କରାଯାଇଥିଲା। ସେମାନେ ଓଟିପିକୁ ବିଭିନ୍ନ ଅସାମାଜିକ ବ୍ୟକ୍ତି ତଥା ଦେଶ ବିରୋଧୀ ଏଜେଣ୍ଟଙ୍କୁ ପଠାଉଥିବା ଜଣାପଡିଥିଲା। ଆବେଦନକାରୀଙ୍କ ଆକାଉଣ୍ଟକୁ ପାକିସ୍ତାନର ଆଇଏସ୍‌ଆଇ ଏଜେଣ୍ଟଙ୍କ ଜରିଆରେ କିଛି ଅର୍ଥ ମଧ୍ୟ ଆସିଥିଲା। ଯାଞ୍ଚ ସମୟରେ କିଛି ସିମ୍‌କାର୍ଡ଼ ମଧ୍ୟ ଆବେଦନକାରୀ ଠାରୁ ଜବତ କରାଯାଇଥିଲା। ଯାହାକୁ ୟୁପିଆଇ କାରବାରରେ ବ୍ୟବହାର କରାଯାଉଥିଲା ବୋଲି ସରକାରୀ ଆଇନଜୀବୀ ଅଦାଲତଙ୍କୁ ଅବଗତ କରିଥିଲେ। ଅଦାଲତ ଏହା ଉପରେ ବିଚାର କରି ଉକ୍ତ ଜାମିନ୍‌ ଆବେଦନକୁ ଖାରଜ କରି ଦେଇଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories