www.samajalive.in
Tuesday, December 9, 2025
26.1 C
Bhubaneswar

ଦେଖନ୍ତୁ ସାପ-ନେଉଳ ଲଢେଇର ଏହି ଦୃଶ୍ୟ ; ଗୋଟିଏ ଥରକେ କିଏ ମାରିଲା ବାଜି

ନୂଆଦିଲ୍ଲୀ : ସାପ-ନେଉଳର ଅନେକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ୍‌ ହୋଇଥାଏ । ଉଭୟ ପରସ୍ପରର ଶତ୍ରୁ । ସାପକୁ ଦେଖିବା ମାତ୍ରେ ନେଉଳ ତୁରନ୍ତ ଆକ୍ରମଣ କରିଥାଏ । ସାପ-ନେଉଳଙ୍କ ଲଢେଇ ମଧ୍ୟରେ ଅଧିକାଂଶ ସମୟରେ ନେଉଳ ହିଁ ଜିତିଥାଏ ବୋଲି ଦେଖାଯାଏ। ନିକଟରେ ସୋସିଆଲ ମିଡିଆରେ ସାପ ଓ ନେଉଳର ଏଭଳି ଭିଡିଓ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି।

- Advertisement -

ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଦେଖିପାରିବେ, ରାସ୍ତାରେ ନେଉଳ ଯେପରି ଏକ ସାପକୁ ଦେଖୁଛି, ତା’ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି । ସାପ ଆକ୍ରମଣ କରିବା ସହ ନିଜ ଜୀବନ ବଞ୍ଚାଇବାକୁ ସେଠାରୁ ପଳାଇବାକୁ ବାରମ୍ବାର ଚେଷ୍ଟା କରୁଛି । ବାରମ୍ବାର ଗାତ ମଧ୍ୟକୁ ଯିବାକୁ ମଧ୍ୟ ସାପ ଚେଷ୍ଟା କରୁଛି । ମାତ୍ର ନେଉଳ ସାପ ପଛେ ପଛେ ଗାତ ନିକଟକୁ ଯାଇ ସାପକୁ ଗାତ ନିକଟରୁ ଆଣି ପୁଣି ଆକ୍ରମଣ କରୁଛି । ସାପଟି ପୁଣି ଗାତ ଭିତରକୁ ଯିବା ପରେ ନେଉଳ ମଧ୍ୟ ଗାତ ଭିତରକୁ ଯାଉଛି । ଏଠାରେ ହିଁ ଭିଡିଓ ଶେଷ ହେଉଥିବା ଦେଖାଯାଉଛି । ଭିଡିଓକୁ ଏଯାଏଁ ଲକ୍ଷ ଲକ୍ଷ ଲୋକେ ଦେଖିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି।

୧୪୪ ବର୍ଷ ପରେ ୧୩ ଜାନୁଆରୀ ପୌଷ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ: ଆଜି ଠାରୁ ଏହି ରାଶି ହେବେ ମାଲାମାଲ୍‌,ମା’ଲକ୍ଷ୍ମୀ କରିବେ ଧନବର୍ଷା, ବଦଳିଯିବ ଭାଗ୍ୟ..


ଭାଇରାଲ୍‌ ହେଉଥିବା ଅନ୍ୟ ଏକ ଭିଡିଓରେ ଦେଖିପାରିବେ, ସାପ ନେଉଳକୁ ନିଜ ସାମ୍ନାରେ ଦେଖି ଆକ୍ରମଣ କରୁଛି । ମାତ୍ର ସାପ ଆକ୍ରମଣରୁ ନେଉଳ ବଞ୍ଚି ଯାଉଛି। ଏହାପରେ ସାପ ଫଣା ଟେକି ପୁଣି ଥରେ ନେଉଳ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରୁଛି, ସେହି ସମୟରେ ନେଉଳ ଥରକେ ସାପ ଫଣାକୁ ନିଜ ପାଟିରେ ଧରି ନେଉଛି। ସାପ ଛଟପଟ୍‌ ହେଉଥିବା ଏହି ୧୦ ସେକେଣ୍ଡର ଭିଡିଓରେ ଦେଖାଯାଉଛି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories