www.samajalive.in
Sunday, December 7, 2025
23.1 C
Bhubaneswar

ସେଲ୍‌ଫି ହେଲା କାଳ, ବୁଡ଼ିଗଲେ ୫ ଛାତ୍ର

ହାଇଦରାବାଦ : ତେଲଙ୍ଗାନାର ସିଦ୍ଦିପେଟ ଜିଲାରେ ଅବସ୍ଥିତ କୋଣ୍ଡାପୋଚ୍ଛାମ୍ମା ସାଗର ଜଳଭଣ୍ଡାରରେ ରବିବାର ସେଲ୍‌ଫି ନେଉଥିବାବେଳେ ୫ ଜଣ ଛାତ୍ର ବୁଡି ଯାଇ ପ୍ରାଣ ହରାଇଛନ୍ତି। ସ୍ଥାନୀୟ ଲୋକେ ଦୁଇଜଣ ଛାତ୍ରଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଛନ୍ତି। ହାଇଦରାବାଦଠାରୁ ୪୦ କିମି ଦୂରରେ ଅବସ୍ଥିତ ଏହି ଜଳଭଣ୍ଡାର ଏକ ପର୍ଯ୍ୟଟନ ସ୍ଥଳୀ। ହାଇଦରାବାଦର ମୀରପେଟ୍‌ସ୍ଥିତ ଇଞ୍ଜିନିୟରିଂ କଲେଜର ୭ ଜଣ ଛାତ୍ର ରବିବାର ବଣଭୋଜି କରିବାକୁ ଉକ୍ତ ଜଳଭଣ୍ଡାରକୁ ଯାଇଥିଲେ। ପର୍ଯ୍ୟଟକଙ୍କ ନିମନ୍ତେ ଚେତାବନୀ ଦିଆଯାଇଥିବା ସତ୍ତ୍ବେ ଏହି ଛାତ୍ରମାନେ ସେଲ୍‌ଫି ନେବାକୁ ପରସ୍ପରର ହାତ ଧରି ଜଳଭଣ୍ଡାରକୁ ପ୍ରବେଶ କରିଥିଲେ। ତେବେ ସେଲ୍‌ଫି ନେଉଥିବାବେଳେ ଗୋଡ ଖସିଯିବାରୁ ପାଞ୍ଚଜଣ ଗଭୀର ଜଳରେ ବୁଡି ପ୍ରାଣ ହରାଇଥିବା ସିଦ୍ଦିପେଟ୍‌ ଏସ୍‌ପି ସୂଚନା ଦେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories