www.samajalive.in
Tuesday, December 9, 2025
15.1 C
Bhubaneswar

ଭୂଦାନ ନେତ୍ରୀ ବୈଦେହୀଙ୍କ ଦେହାନ୍ତ

କଟକ : ବିଶିଷ୍ଟ ଭୂଦାନ ନେତ୍ରୀ ତଥା ବିନୋବା ଭାବେଙ୍କ ଘନିଷ୍ଠ ସହଯୋଗୀ ସୁଶ୍ରୀ ବୈଦେହୀ ପଣ୍ଡା(୮୫)ଙ୍କର
ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ସୁଶ୍ରୀ ପଣ୍ଡା କମ୍‌ ବୟସରୁ ସମାଜେସବା ପ୍ରତି ଆଗ୍ରହ ପ୍ରକାଶ କରି ଭୂଦାନ ଆନ୍ଦୋଳନରେ ସାମିଲ ହୋଇଥିଲେ । ଓଡ଼ିଶା ବାହାରେ ରହି ସାଙ୍ଗଠନିକ କାର୍ଯ୍ୟ ସହ ସମଗ୍ର ଭାରତ ପଦବ୍ରଜରେ ଭ୍ରମଣ କରିଥିଲେ ।
କିଛିବର୍ଷ ଧରି ସେ ଓଡ଼ିଶାରେ ରହୁଥିଲେ । ସେବା ପାଇଁ ସମର୍ପିତ ବୈଦେହୀ ବିବାହ କରିନଥିଲେ । ତାଙ୍କ ଘର ଭଦ୍ରକ ଜିଲାରେ । ସେ ପ୍ରଜ୍ଞାନ ମିଶନ ଦ୍ୱାରା ପରିଚାଳିତ ହରିହରାନନ୍ଦ ବାଳାଶ୍ରମରେ ଶେଷ ସମୟ ଅତିବାହିତ କରୁଥିଲେ। ବାଳାଶ୍ରମର ଅନ୍ତେବାସୀଙ୍କୁ ସେ ଶିକ୍ଷାଦାନ କରୁଥିଲେ। ସାଧକସାଧିକମାନେ ତାଙ୍କର ସେବା କରୁଥିଲେ।

- Advertisement -

ତାଙ୍କ ମରଶରୀରକୁ ଆଜି ଜଗତପୁରସ୍ଥିତ ହରିହରାନନ୍ଦ ଆଶ୍ରମକୁ ନିଆଯାଇଥିଲା । ସେଠାରେ ପରମହଂସ ପ୍ରଜ୍ଞାନାନନ୍ଦ ଓ ସ୍ୱାମୀ ମହେଶାନନ୍ଦ, ଅରୁନ୍ଧତି ରାୟ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗତବର୍ଷ ସେ ଶରୀରଦାନ ପାଇଁ ଇଚ୍ଛାପତ୍ରରେ ସ୍ୱାକ୍ଷର କରିଥିଲେ । ତାଙ୍କର ଶେଷ ଇଚ୍ଛାନୁସାରେ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଶରୀରତତ୍ତ୍ୱ ବିଭାଗକୁ ତାଙ୍କ ମୃତଶରୀର ଅର୍ପଣ କରାଯାଇଥିଲା । ଶରୀର ଓ ଅଙ୍ଗଦାନ ଅଭିଯାନର ଅଧ୍ୟକ୍ଷ ଡଃ ପ୍ରଭାସ ଆଚାର୍ଯ୍ୟ ମରଶରୀରରେ ପୁଷ୍ପପ୍ରଦାନ ସହ ହସ୍ତାନ୍ତର କାର୍ଯ୍ୟ ସମ୍ପନ୍ନ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories