ଦୁଇ ବିଜେପି ନେତାଙ୍କୁ ଓଡ଼ିଶା ପୁଲିସର ନୋଟିସ୍
ଭୁବନେଶ୍ୱର : ଓଡ଼ିଶା ପୁଲିସ୍ ପକ୍ଷରୁ ଦୁଇ ବିଜେପି ନେତାଙ୍କୁ ନୋଟିସ୍ ହୋଇଥିବା ସୂଚନା ମିଳିଛି। ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁବକ୍ସି ପାତ୍ରଙ୍କୁ ନୋଟିସ୍ ଦିଆଯାଇଛି। ଗଞ୍ଜାମ ଜିଲାର ଛତ୍ରପୁର କାଉନସିର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା ଏହି ନୋଟିସ୍ ଜାରି କରାଯାଇଥିବା ଜଣାପଡିଛି। ଉଭୟ ନେତାଙ୍କୁ ଫେବୃଆରି ୭ ଓ ୯ରେ ଛତ୍ରପୁର ଥାନାରେ ହାଜର ହେବାପାଇଁ ନୋଟିସରେ ଉଲ୍ଲେଖ ରହିଛି।