www.samajalive.in
Tuesday, December 9, 2025
15.1 C
Bhubaneswar

ଆଠଗଡ କଲେଜ ପ୍ରାଣୀବିଜ୍ଞାନ ବିଭାଗର ଆଲୋଚନାଚକ୍ର

ଆଠଗଡ: ଆଠଗଡର ସର୍ବପୁରାତନ ଗୋପବନ୍ଧୁ ବିଜ୍ଞାନ କଲେଜ ପ୍ରାଣୀବିଜ୍ଞାନ ବିଭାଗ ଆନୁକୂଲ୍ୟରେ ବାର୍ଷିକ ଆଲୋଚନା ଚକ୍ର ଶନିବାର ଆୟୋଜିତ ହୋଇଯାଇଛି । କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଅନିରୁଦ୍ଧ ସେନାପତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରର ବିଷୟବସ୍ତୁ ଥିଲା ‘ଆଲର୍ଜି ଓ ହାଇପର ସେନ୍ସିଟିଭିଟି’ । ଏଥିରେ ମୁଖ୍ଯବକ୍ତା ଭାବେ ଯୋଗଦାନ କରିଥିବା ଅଡସପୁରସ୍ଥିତ ୟୁଏନ ବିଜ୍ଞାନ ଓ ବୈଷୟିକ କଲେଜର ପ୍ରାକ୍ତନ ପ୍ରାଧ୍ୟାପକ ଡ. ବାଦଲ କୁମାର ଦାସ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋକପାତ କରିବା ସହ ଛାତ୍ରଛାତ୍ରୀଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ।

ବିଭାଗୀୟ ମୁଖ୍ଯ ଡ.ସ୍ନିଗ୍ଧା ପାତ୍ର ସ୍ବାଗତ ଭାଷଣ ଦେବା ଅବସରରେ ନିୟମିତ ଏହିପରି ଆଲୋଚନା ଚକ୍ର ଆୟୋଜନା ଦ୍ବାରା ଛାତ୍ରଛାତ୍ରୀଙ୍କର ଜ୍ଞାନ ବୃଦ୍ଧି ସହ ସେମାନଙ୍କ ମଧ୍ୟରେ ଉଚ୍ଚତର ଶିକ୍ଷା ପାଇଁ ଆଗ୍ରହ ବଢିବ ବୋଲି ମତପ୍ରକାଶ କରିଥିଲେ । ଏଥିରେ ସ୍ଵତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ କଲେଜର ଅଧ୍ୟାପକ ଡ.ଅଞ୍ଜନ କୁମାର ନନ୍ଦ, ଡ.ଦେବାଶିଷ ସାହୁ, ଡ.ଗୌତମବୁଦ୍ଧ ସୀତାରାମ, ଡ.ଦିବ୍ୟଶକ୍ତି ସାମନ୍ତରାୟ, ଅଧ୍ୟାପିକା ପ୍ରତିଭା ମହାନ୍ତି ଓ ଇତିଶ୍ରୀ ମହାନ୍ତି ପ୍ରମୁଖ ଉଦବୋଧନ ଦେଇଥିଲେ । ପ୍ରାଣୀବିଜ୍ଞାନ ବିଭାଗ ଅଧ୍ୟାପକ ଯଶରଞ୍ଜନ ପୋଢ, ପ୍ରଜ୍ଞାପରମିତା ସାହୁ ଓ ରଞ୍ଜିତ ସାମନ୍ତରାୟ ପ୍ରମୁଖ ଆଲୋଚନା ଚକ୍ର ପରିଚାଳନା କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories