www.samajalive.in
Sunday, December 7, 2025
13.1 C
Bhubaneswar

ବେଡ ବକ୍ସରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର; ୫ ଦିନ ପରେ ଜାଣିଲେ ଘର ମାଲିକ

ଗୁରୁଗ୍ରାମ: ଦିଲ୍ଲୀ ଗୁରୁଗ୍ରାମରେ ଏକ ଖଟ ବକ୍ସ ମଧ୍ୟରୁ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି । ୫ ଦିନ ଧରି ଘର ମାଲିକ ମୃତଦେହ ସହ ରହି ଆସୁଥିଲେ ମଧ୍ୟ ଏହାର କୌଣସି ସୁରାଗ ପାଇ ନଥିଲେ । ଗୁରୁଗ୍ରାମ ସେକ୍ଟର୍‌ ୪୬ରେ ଥିବା ଜଳ ବିହାର କଲୋନୀରେ ଏହି ଅଘଟଣା ଘଟିଛି ।

ଦିନେଶ ନାମକ ଜଣେ ବ୍ୟକ୍ତି ଶନିବାର ସକାଳେ ପୁଲିସ ନିକଟରେ ପହଞ୍ଚି ସୂଚନା ଦେଇଥିଲେ ଯେ, ତାଙ୍କ ବେଡ ବକ୍ସରେ ଜଣେ ମହିଳାଙ୍କ ମୃତଦେହ ମିଳିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖଟ ବକ୍ସ ମଧ୍ୟରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର କରିଥିଲା । ଉକ୍ତ ମହିଳା ଜଣଙ୍କ ୩୦ ବର୍ଷୀୟ ବବିତା ବୋଲି ଚିହ୍ନଟ ହୋଇଥିଲା । ପୁଲିସ ସୂଚନା ଅନୁଯାୟୀ, ଚା ଦୋକାନୀ ଦିନେଶଙ୍କ ଘରୁ ମହିଳା ଗଳିତ ଶବ ଉଦ୍ଧାର ହୋଇଛି । ଦୀନେଶଙ୍କ ଏକ ଟ୍ୟାକ୍ସି ଗାଡିକୁ ରାଜେଶ ନାମକ ଜଣେ ବ୍ୟକ୍ତି ଚଳାନ୍ତି । ମୃତ ବବିତା ରାଜେଶଙ୍କ ପତ୍ନୀ ବୋଲି ଜଣାପଡିଛି । ରାଜେଶ ବବିତାଙ୍କୁ ହତ୍ୟା କରି ଦୀନେଶଙ୍କ ବେଡ ବକ୍ସରେ ମୃତଦେହ ଲୁଚାଇ ଫେରାର ହୋଇ ଯାଇଥିବା ପୁଲିସ ସନ୍ଦେହ କରୁଛି ।

- Advertisement -

ପ୍ରାୟ ଦୁଇ ମାସ ହେବ ରାଜେଶ ଦୀନେଶଙ୍କ ଟ୍ୟାକ୍ସି ଚଳାଉଥିଲେ । ଦୀନେଶ ରାଜେଶକୁ ବିଶ୍ବାସ କରି ଘର ଚାବି ମଧ୍ୟ ଦେଇଥିଲେ । କିଛି ଦିନ ହେବ ଦୀନେଶ ଗାଁକୁ ଯାଇଥିଲେ । ଗାଁରୁ ଫେରି ଦୀନେଶ ରାଜେଶକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାର କୌଣସି ପତ୍ତା ମିଳିନଥିଲା । ଅନ୍ୟ ଏକ ଚାବିରେ ଘର କବାଟ ଖୋଲି ପ୍ରାୟ ୫ ଦିନ ରହିବା ପରେ ଶନିବାର ଘର ମଧ୍ୟରୁ ଭୀଷଣ ଦୁର୍ଗନ୍ଧ ଆସିଥିଲା । ମୂଷା ମରି ପଡିଥିବ ଭାବି ଘର ସାରା ଖୋଜାଖୋଜି କରିବା ପରେ ବେଡ ବକ୍ସ ମଧ୍ୟରୁ ଜଣେ ମହିଳା ଶବ ଦେଖି ଦୀନେଶ ଚମକି ପଡିଥିଲେ । ପରେ ସେ ପୁଲିସକୁ ସୂଚନା ଦେଇଥିଲେ ।

ବବିତାଙ୍କ ପରିବାରଲୋକଙ୍କ ସୂଚନା ଅନୁଯାୟୀ, ଛଅ ମାସ ପୂର୍ବରୁ ରାଜେଶ ବବିତାଙ୍କୁ ବିବାହ କରିଥିଲେ । ବବିତା ପୂର୍ବରୁ ବିବାହିତ ଥିବା ​ବେଳେ ତାଙ୍କର ୫ଟି ପିଲା ରହିଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରତିଦିନ ଝଗଡା ହେଉଥିଲା । ରବିବାର ରାଜେଶ ବବିତାଙ୍କ ମଧ୍ୟରେ ଝଗଡା ହୋଇଥିଲା ଏବଂ ବବିତାଙ୍କୁ ଜୀବନରୁ ମାରି ଦେବ ବୋଲି ରାଜେଶ ଧମକ ମଧ୍ୟ ଦେଇଥିଲା। ପରେ ଉଭୟ ସୋମବାର ସକାଳେ ଘରୁ ବାହାରି ଯାଇଥିଲେ ଓ ପରେ କେହି ଘରକୁ ଫେରି ନଥିଲେ ବୋଲି ବବିତାଙ୍କ ୧୨ ବର୍ଷୀୟ ଝିଅ ପୁଲିସକୁ କହିଛି ।​‌

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories