www.samajalive.in
Monday, December 8, 2025
14.1 C
Bhubaneswar

ଅପରାଧିକ ତଦନ୍ତ ପାଇଁ ଆଧାର ତଥ୍ୟ ଚୂଡ଼ାନ୍ତ ନୁହେଁ

ପ୍ରୟାଗରାଜ: ଅପରାଧିକ ମାମଲାର ତଦନ୍ତରେ ‘ଆଧାର’ର ତଥ୍ୟକୁ ବୈଧ ଓ ଚୂଡ଼ାନ୍ତ ପ୍ରମାଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ। ଏକ ଅପହରଣ ମାମଲାର ଶୁଣାଣି ବେଳେ ଆଲ୍ଳାହାବାଦ ହାଇକୋର୍ଟର ଲକ୍ଷେ୍ନø ବେଞ୍ଚ ଉପରୋକ୍ତ ରାୟ ଦେଇଛନ୍ତି।
ଜନୈକା ନାବାଳିକାଙ୍କୁ ଜଣେ ଯୁବକ ଅପହରଣ କରି ବଳପୂର୍ବକ ବିବାହ କରିଛି ବୋଲି ଜଣେ ମହିଳା ସୁଜୌଲି ଥାନାରେ ଏତଲା ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନାବାଳିକା ଜଣକ ତାଙ୍କ ମା’ଙ୍କ ଏତଲା ମିଥ୍ୟା ବୋଲି କହିଥିଲେ। ସେ ସାବାଳିକା ଏବଂ ନିଜ ଇଚ୍ଛାରେ ବିବାହ କରିଛନ୍ତି ବୋଲି ସତ୍ୟପାଠ ଦାଖଲ କରିଥିଲେ। ପ୍ରମାଣ ସ୍ୱରୂପ ନାବାଳିକା ତାଙ୍କର ଓ ତାଙ୍କ ସ୍ୱାମୀଙ୍କ ଆଧାର କାର୍ଡ ଦାଖଲ କରିଥିଲେ। ଏଥିରେ ଉକ୍ତ ଯୁବତୀଙ୍କ ବୟସ ୧୯୯୯ ଜାନୁଆରୀ ୧ ତାରିଖ ଓ ଯୁବକଙ୍କ ବୟସ ୧୯୯୭ ମସିହା ଜାନୁଆରୀ ୧ ତାରିଖ ବୋଲି ଉଲ୍ଲେଖ ଥିଲା। ସନ୍ଦେହ ହେବାରୁ କୋର୍ଟ ୟୁଆଇଡିଏଆଇଙ୍କଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ। ୟୁଆଇଡିଏଆଇଙ୍କ ଉତ୍ତରପ୍ରଦେଶ ଶାଖା କର୍ତ୍ତୃପକ୍ଷ କୋର୍ଟରେ ହାଜର ହୋଇ କହିଥିଲେ ଯେ ଆଧାର ହେଉଛି କେବଳ ଜଣେ ବ୍ୟକ୍ତିଙ୍କ ନାମ, ଠିକଣା, ଅଙ୍ଗୁଳି ଛାପ ସହିତ ଆଧାର ନମ୍ବରର ସଂଯୋଗର ପ୍ରମାଣପତ୍ର। ଯେଉଁଠାରେ ଜନ୍ମତାରିଖର କୌଣସି ପ୍ରମାଣ ପତ୍ର ନଥାଏ ଅଥଚ କେବଳ ଜନ୍ମବର୍ଷ ଜଣାଥାଏ ସେତେବେଳେ ସେହିବର୍ଷର ପ୍ରଥମ ତାରିଖକୁ ଜନ୍ମତାରିଖ ଭାବେ ଆଧାର କାର୍ଡରେ ଉଲ୍ଳେଖ କରାଯାଇଥାଏ। ସେହି ଆଧାରରେ ଉଭୟଙ୍କ ଜନ୍ମତାରିଖ ସମାନ ବୋଲି ଉଲ୍ଳେଖ ରହିଛି। ଏହାପରେ କୋର୍ଟ କହିଥିଲେ ଯେ ଅପରାଧିକ ମାମଲାର ତଦନ୍ତ ପାଇଁ ଆଧାର ତଥ୍ୟକୁ ଚୂଡ଼ାନ୍ତ ବୋଲି ଧରାଯାଇପାରିବ ନାହିଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories