www.samajalive.in
Tuesday, December 9, 2025
15.1 C
Bhubaneswar

ପିକଅପ୍ ଧକ୍କାରେ ବାଇକ ଚାଳକ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଦେଇ ଯାଇଥିବା ଜାତୀୟ ରାଜପଥ (୫୩)ରେ ସଡକ ଦୁର୍ଘଟଣା ନିତିଦିନିଆ ଭାବରେ ଘଟି ଚାଲିବା ସହ ଜୀବନ ଚାଲି ଯାଉଛି। ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ, କୌଣସି ଛକରେ ଟ୍ରାଫିକ ବ୍ୟବସ୍ଥା ନ ଥିବା, ଯାନ ବାହନ ଗୁଡ଼ିକର ଦ୍ରୁତ ଗତି ନିୟନ୍ତ୍ରଣ ଯାଞ୍ଚ ଆଦି ପାଇଁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଦୁର୍ଘଟଣା ଗୋଟିଏ ପରେ ଗୋଟିଏ ଘଟି ଚାଲିଛି। ଅତାବିରା ବସଷ୍ଟାଣ୍ଡ ଛକରେ ଏକ ପିକଅପ ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଅତାବିରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଅତାବିରା ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ମଧ୍ୟ ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣାରେ ଅତାବିରା ଥାନା ଲସ୍ତଲା ଗ୍ରାମର ରାମଚନ୍ଦ୍ର ମେହେରଙ୍କ ମୃତ୍ୟୁ ଘଟିଛି ବୋଲି ଜଣାପଡିଛି।
ସୂଚନାଯୋଗ୍ୟ ଯେ ସେ କୌଣସି କାମରେ ଅତାବିରା ଆସି ବସଷ୍ଟାଣ୍ଡ ଛକ ଦେଇ ବାଇକରେ ଅତିକ୍ରମ କରୁଥିବା ବେଳେ ବରଗଡ ପଟରୁ ଆସୁଥିବା ମାଲ ବୋଝେଇ ପିକଅପ ଧକ୍କା ଦେଇଥିଲା। ଫଳରେ ବାଇକ ଚାଳକ ପିକଅପ ତଳେ ଚାପି ହୋଇ ଯାଇଥିଲେ। ଭ୍ୟାନ୍‌କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରହିଛି ।

ଦେଖନ୍ତୁ ଭିଡିଓ; ୟୁକ୍ରେନର ୯/୧୧ ପରି ଆକ୍ରମଣ, ରୁଷରେ ଶିଶୁ ସମେତ ୬ ମୃତ

ବାସ୍ତୁ ଦୋଷ: ଜାଣନ୍ତୁ ପତି-ପତ୍ନୀ ମଧ୍ୟରେ କଳହର କାରଣ ଖଟ ନୁହେଁ ତ, ବାସ୍‌ ଏହି ଉପାୟରେ ଚୁଟ୍‌କିରେ କରନ୍ତୁ ସମାଧାନ..

- Advertisement -

୧୦୦ ବର୍ଷ ପରେ.. ନୂଆବର୍ଷରେ ଶନି-ସୂର୍ଯ୍ୟଙ୍କ ଦୁର୍ଲ୍ଲଭ ଯୋଗ ; ଏହି ୩ ରାଶି ହେବେ ମାଲାମାଲ, ବଢିବ ଦରମା, କିଣିବେ ଜମି..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories