www.samajalive.in
Sunday, December 7, 2025
16.1 C
Bhubaneswar

୧୨ ବର୍ଷ ପରେ.. ଗଜଲକ୍ଷ୍ମୀ, ଗଜକେସରୀ ରାଜଯୋଗ; ୬ ରାଶି ହେବେ ମାଲାମାଲ୍‌, କିଣିବେ ଜମି, ରାଜାଙ୍କ ଭଳି ମିଳିବ ଜୀବନ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବର୍ଷ ୨୦୨୫ରେ ଗୁରୁ ଓ ଶୁକ୍ର ଏକାଠି ହେବାକୁ ଯାଉଛନ୍ତି । ଏହାସହ ଗୁରୁ ଗ୍ରହ ୩ଟି ରାଶିରେ ମଧ୍ୟ ଚଳନ କରିବେ । ଗୁରୁ ଗ୍ରହ ଗୋଟିଏ ରାଶିରେ ସାଧାରଣତଃ ୧୨ ମାସ ପର୍ଯ୍ୟନ୍ତ ରହି ଥାଆନ୍ତି । ମାତ୍ର ସିଧା ଓ ଓଲଟା ଚଳନ ହେତୁ ୨୦୨୫ରେ ବୃଷ, ମିଥୁନ ଓ କର୍କଟ ରାଶିରେ ରହିବେ । ଫଳରେ ଗଜଲକ୍ଷ୍ମୀ ରାଜଯୋଗ ସହ ଗଜକେସରୀ ଯୋଗ ମଧ୍ୟ ସୃଷ୍ଟି ହେବ । ଏଭଳି ୧୨ ବର୍ଷ ପରେ ହେବାକୁ ଯାଉଛି ବୋଲି କୁହାଯାଉଛି । ଏହି ରାଜଯୋଗ ଫଳରେ ୬ ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ଜାଣନ୍ତୁ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ..

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଗଜଲକ୍ଷ୍ମୀ ରାଜଯୋଗ ଫଳରେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ଚାକିରିରେ ପଦନ୍ନୋତିର ଯୋଗ ସହ ଆର୍ଥିକ ସ୍ଥିତି ମଜଭୁତ ହେବ । ପ୍ରତ୍ୟେକ କ୍ଷେତ୍ରରେ ଇଚ୍ଛା ଅନୁଯାୟୀ ସଫଳତା ମିଳିବ ।

- Advertisement -

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ । ବ୍ୟବସାୟରେ ଉନ୍ନତି ସହ ନୂଆ ସମ୍ପତ୍ତି କିଣିବାର ଯୋଗ ରହିଛି । ପରିବାରରେ ହସଖୁସି ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ମଧ୍ୟ ଶୁଭଫଳ ମିଳିବ ।

ସିଂହ – ଏହି ରାଶି ବ୍ୟକ୍ତି ବିଶେଷଙ୍କ କର୍ମକ୍ଷେତ୍ରରେ ବଡ ଉପଲବ୍ଧି ହାସଲ କରିବେ । ମାନ-ସମ୍ମାନ ବୃଦ୍ଧି ହେବ । ଅନେକ କ୍ଷେତ୍ରରେ ସଫଳତା ଓ ଶୁଭଫଳ ମିଳିବ ।

ପୌଷ ମାସରେ କରନ୍ତୁ ନାହିଁ ଏହି ୨ଟି କାମ..

ତୁଳା – ବ୍ୟବସାୟୀ ବିଭିନ୍ନ ଦିଗରୁ ଲାଭବାନ୍‌ ହେବେ । ବଡ ସଫଳତା ମିଳିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । କର୍ମକ୍ଷେତ୍ରରେ ଉନ୍ନତି ହେବ ।

ଧନୁ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଜବରଦସ୍ତ ଲାଭ ମିଳିବ । ବ୍ୟବସାୟରେ ଖୁବ୍‌ ଉନ୍ନତି ହେବ । ଜୀବନରେ ଉନ୍ନତି ହେବ । ଅନେକ କ୍ଷେତ୍ରରେ ଲାଭ ମିଳିବା ସହ କର୍ମକ୍ଷେତ୍ରରେ ମଧ୍ୟ ସଫଳତା ମିଳିବ ।

ମୀନ – ଏହି ରାଶିଙ୍କ ପାଇଁ ୨୦୨୫ରେ ଗଜଲକ୍ଷ୍ମୀ ରାଜଯୋଗ ଶୁଭ ଓ ଲାଭକାରୀ ହେବ । ଚାକିରି, ବ୍ୟବସାୟରେ ଜଡିତ ଲୋକେ ଆର୍ଥିକ କ୍ଷେତ୍ରରେ ମଜଭୁତ ହେବ । ଧନ-ସମ୍ପତ୍ତି ବୃଦ୍ଧି ହେବ । ମାନସିକ ଶାନ୍ତି ମିଳିବ । ସୁଖ-ସମୃଦ୍ଧି ବୃଦ୍ଧି ହେବ ।

 

 

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories