www.samajalive.in
Monday, December 8, 2025
14.1 C
Bhubaneswar

ଗୋଚର ଜମିରେ ଥିବା କୋଠାକୁ ମାଟିରେ ମିଶାଇଲା ପ୍ରଶାସନ, ଉଚ୍ଛେଦ ପ୍ରକ୍ରିୟାରେ ଲାଗିଲା ୪ଟି ଏକ୍ସାଭେଟର ମେସିନ

ଗୁରୁଡିଝାଟିଆ:ଆଠଗଡ଼ ତହସିଲ ଅନ୍ତର୍ଗତ ବଳିପୁର ମୌଜାର କୁମାରପୁର ଶାସନ ଠାରେ ଗୋଚର ଜମିରେ ବେଆଇନ ଭାବେ ଗଢିଉଠିଥିଲା କୋଠାଘର। ଦୁଇଟା ପ୍ଲଟର ୫ଡିସିମିଲ ଜମିରେ ନିର୍ମିତ ହୋଇଥିଲା ବେଆଇନ କୋଠା। ଏହି କୋଠାରେ କୁମାରପୁର ଶାସନ ଯୁବକ ଯୁବଗୋଷ୍ଠି ନାମ ଲେଖାହୋଇଥିଲା, ଏହାର ସଭାପତି ରଞ୍ଜନ କୁମାର ଆଚାର୍ଯ୍ୟ ରହିଥିଲେ। ଏଥିରେ ସରକାରଙ୍କ ରାଜକୋଷରୁ ନିର୍ମାଣ ପାଇଁ ଅର୍ଥ ବିନିଯୋଗ ହୋଇଥିଲା। ବାସ୍ତବରେ ଏହି କୋଠା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ବତ୍ତମାନର ବିଧାୟକଙ୍କ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟଙ୍କ କବଜାରେ ରହିଥିଲା ଏବଂ ରାଜନୈିକି କାର୍ଯ୍ୟକଳାପର କେନ୍ଦ୍ରବିନ୍ଦୁ ଥିଲା ବୋଲି ବାରମ୍ବାର ଅଭିଯୋଗ ହେଉଥିଲା। ଯାହାକୁ ଆଜି ଆଠଗଡ଼ ତହସିଲ ପକ୍ଷରୁ କଡା ସୁରକ୍ଷା ଭିତରେ ଚତୁପାଶ୍ୱର୍ରେ ୪ ପ୍ଲାଟୁନ ଫୋର୍ସ ଜଗିରହି ୪ଟି ଏକ୍ସାଭେଟର ମେସିନ (ଜେସିବି) ଜରିଆରେ ସଂପୂର୍ଣ୍ଣ ଭାବେ ମାଟିରେ ମିଶାଇ ଦିଆଯାଇଛି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବଦତ୍ତ ବରାଳଙ୍କ ଉପସ୍ଥିତିରେ ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ ଓ ଗୁରୁଡିଝାଟିଆ ଥାନା ଅଧିକାରୀ ପରେଶ କୁମାର ମହାନ୍ତି ଙ୍କ ନେତୃତ୍ୱରେ ୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ।

ଆଠଗଡ଼ ତହସିଲଦାର ତଥା ମାଜିଷ୍ଟେଟ କ୍ଷେତ୍ରମୋହନ ସ୍ୱାଇଁ, ଅତିରିକ୍ତ ତହସିଲଦାର ସମରେନ୍ଦ୍ର ଭଟ୍ଟ ଓ ଅଶୋକ କୁମାର ସ୍ୱାଇଁଙ୍କ ସହିତ ତହସିଲର ସମସ୍ତ ରାଜସ୍ୱ ନିରୀକ୍ଷକ ଉପସ୍ଥିତ ରହିଥିଲେ। ପୂର୍ବାହ୍ନ ୧୦ଟାରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ନ ସାଢେ ୫ଟାରେ ସରିଥିଲା। ଗୋଚର ଜମିରେ ଥିବା ବେଆଇ କୋଠାକୁ ସଂପୂର୍ଣ୍ଣ ରୂପେ ମାଟିରେ ମିଶାଇଦିଆଯାଇଛି। ପ୍ରକାଶଯୋଗ୍ୟ ସ୍ଥାନୀୟ ଅଞ୍ଚଳର କେତେକ ସଂଗଠନ ଓ ପ୍ରତିପକ୍ଷ ବିରୋଧିମାନେ ବାରମ୍ବାର ଗୋଚର ଜମିରେ ବେଆଇନ କୋଠା ନିର୍ମାଣ ସହିତ ସରକାରୀ ଅର୍ଥରେ କଂକ୍ରିଟ କାର୍ଯ୍ୟ ହେବା ନେଇ ତତ୍କାଳୀନ ରାଜ୍ୟ ସରକାର ,ପ୍ରଶାସନ ଓ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ ଦେବା ସହିତ ଉଚ୍ଛେଦ ପାଇଁ ଧାରଣାରେ ମଧ୍ୟ ବସିଥିଲେ। ବିଳମ୍ବ ହେଲେ ମଧ୍ୟ ତାହା ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉଚ୍ଛେଦ ପ୍ରକ୍ରିୟା ସଂପନ୍ନ ହୋଇଅଛି। ଉକ୍ତ ବେଆଇନ କୋଠାରେ ବିଜେଡିର ଅଘୋଷିତ କାର୍ଯ୍ୟାଳୟ କାମ କରୁଥିଲା। ବିଭିନ୍ନ ସମୟରେ ସ୍ଥାନୀୟ ରାଜନେତା ରାଜନୈତିକ କାର୍ଯ୍ୟକଳାପ ଏହିଠାରେ ରହି ଗୋଟିଚାଳନା କରୁଥିଲେ ବୋଲି ଅଭିଯୋଗ ହେଉଥିଲା।

- Advertisement -

କୁମାରପୁର ଶାସନ ଯୁବଗୋଷ୍ଠି ସଭାପତି ତଥା ବରିଷ୍ଠ ବିଜେଡି ନେତା ଶ୍ରୀ ଆଚାର୍ଯ୍ୟଙ୍କୁ ପଚାରିବାରୁ କହିଥିଲେ, ପ୍ରଶାସନ ସଂପୂର୍ଣ୍ଣ ଏକତରଫା ନିଷ୍ପତି ନେଇଛି। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଉପର କୋର୍ଟରେ ଆବେଦନ କରିବାକୁ ସମୟ ନଦେବା ଅତ୍ୟନ୍ତ ନିନ୍ଦନୀୟ ଅଟେ। ସରକାରୀ ଅର୍ଥରେ ନିର୍ମିତ ହୋଇଥିଲା ଯୁବଗୋଷ୍ଠୀ କେନ୍ଦ୍ର ଏବଂ ଦୀର୍ଘ ୩୦ ବର୍ଷ ଧରି ଏଠାରେ ରହିଆସିଛି। ହେଲେ ପ୍ରଶାସନ ଜାଣିଶୁଣି ଅନ୍ୟାୟ କରିଛି। ପ୍ରଶାସନର ଏଭଳି କାର୍ଯ୍ୟପ୍ରତି ନ୍ୟାୟାଳୟରେ ଲଢିବା ପାଇଁ କହିଥିଲେ। ଆଠଗଡ଼ ତହସିଲଦାର ଶ୍ରୀ ସ୍ୱାଇଁଙ୍କୁ ପଚାରିବାରୁ କହିଥିଲେ ସଂପୂର୍ଣ୍ଣ ବେଆଇନ ଜମିରେ ନିର୍ମିତ ହୋଇଥିଲା କୋଠା। ଦୁଇଟି ପ୍ଲଟରେ ୫ଡିସିମିଲ ଜମିରେ ଏହା ଅବସ୍ଥିତ ଥିଲା। ଯାହାକି ସଂପୂର୍ଣ୍ଣ ଗୋଚର ଜମି। ସରକାରଙ୍କ କୌଣସି ଅନୁମତି ନିଆଯାଇନଥିଲା। ତେଣୁ ଲୋକମାନଙ୍କ ଅଭିଯୋଗ ସର୍ବୋପରି ପ୍ରଶାସନର ନିଷ୍ପତି ଫଳରେ ଏହାକୁ ସମସ୍ତ ବିଧି ଅନୁଯାୟୀ ଆଜି ଉଚ୍ଛେଦ କରାଯାଇଛି ବୋଲି କହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories