www.samajalive.in
Tuesday, December 9, 2025
16.1 C
Bhubaneswar

ଶ୍ରୀରାମେଶ୍ୱର ଶିବଲିଙ୍ଗ ପ୍ରତିଷ୍ଠା ମହୋତ୍ସବ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି ଅନ୍ତର୍ଗତ ଶ୍ରୀରାମ ବାବା ମଠ ଶ୍ରୀମହନ୍ତ ସ୍ୱାମୀ ସନ୍ଥ ଗିରି ଙ୍କ ତତ୍ୱାବଧାନ ରେ ତ୍ରିଦିନାତ୍ମକ ପଞ୍ଚକୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞ ଓ ଶ୍ରୀରାମେଶ୍ୱର ଶିବଲିଙ୍ଗ ପ୍ରତିଷ୍ଠା ମହୋତ୍ସବ ମହାସମାରୋହରେ ଆରମ୍ଭ ହୋଇ ଯାଇଛି। ଏହି ଅବସରରେ ପଣ୍ଡିତ ଆଦିତ୍ୟ ମିଶ୍ର ଓ ତାଙ୍କ ସାଥିମାନେ ପୂଜା କାର୍ଯ୍ୟ ପାଇଁ ବ୍ରହ୍ମା ବରଣ ହୋଇଥିବା ବେଳେ ମୁଖ୍ୟକର୍ତ୍ତା ବିଭୁତି ଭୂଷଣ ଖମାରୀ, ଧର୍ମପତ୍ନୀ ଚିନ୍ମୟୀ ଖମାରୀଙ୍କ ସମେତ ଗୋବିନ୍ଦ ଖମାରୀ, ଝସକେତନ ସାହୁ, ବଦ୍ରିନାଥ ମିଶ୍ର, ମୁନସି ସାହୁ, ପ୍ରେମରାଜ ପ୍ରଧାନ, ଭେଙ୍କେଟ ରାଇଡୁ, କମଳା କାନ୍ତ ଭୋଇ, ସୁଧୀର ବାରିକ, ରୁଦ୍ର ନାରାୟଣ ଖାମାରୀ, କ୍ଷୀରୋଦ ସୋନି, ସୁରେଶ ଗଡ଼ତିଆ, ନରେନ୍ଦ୍ର ପ୍ରଧାନ, ପୁଷ୍ପଚନ୍ଦ୍ର ନାଏକ, ଗଜାନନ ପ୍ରଧାନ, ନଟବର ଲାଲ ଅଗ୍ରୱାଲ  ଆଦି  ୧୬ ଯୋଡ଼ି କର୍ତ୍ତା ସପତ୍ନିକ କର୍ତ୍ତା ଦାୟିତ୍ୱ ନିର୍ବାହ କରୁଛନ୍ତି।

ସର୍ବ ପ୍ରଥମେ ୧୩ ତାରିଖ ଦିନ ଅତାବିରା ପାର୍ବତୀ ମନ୍ଦିର ପୋଖରୀ ତୁଠରେ ସୁବିଜ୍ଞ ପଣ୍ଡିତ ମାନଙ୍କ ଦ୍ୱାରା ମନ୍ତ୍ର ପାଠ,ପୂଜାର୍ଚ୍ଚନା ପୂର୍ବକ ଜଳ ପୂର୍ଣ୍ଣ କଳସ ମୁଣ୍ଡାଇ ଶ୍ରୀ ରାମ ବାବା ମଠ ଯଜ୍ଞ ମଣ୍ଡପ ସମୀପରେ ସ୍ଥାପନ କରି ଦେବତା ଆବାହନ, ଅଗ୍ନି ସ୍ଥାପନ ଓ ଯଜ୍ଞାରମ୍ଭ,ବିଷ୍ଣୁ ସହସ୍ର ନାମ ହୋମ ହୋଇଥିଲା। ୧୪ତାରିଖ ପୂଜାବିଧି ପୁର୍ବକ ଶ୍ରୀ ରାମେଶ୍ୱର ଶିବଲିଙ୍ଗ ବିଗ୍ରହଙ୍କ ମହା ସ୍ନାନ, ରୁଦ୍ରାଭିଷେକ, ଶ୍ରୀଙ୍ଗାର ଓ ମହା ମୃତ୍ୟୁଞ୍ଜୟ ହୋମ, ଆରତୀ ପୁଷ୍ପାଞ୍ଜଳି ହୋଇଥିଲା।

- Advertisement -

ପ୍ରତିଷ୍ଠା ମହୋତ୍ସବ ରେ ନିମନ୍ତ୍ରିତ ହୋଇଥିବା ନୂଆପଡା ଆଶ୍ରମରୁ ସ୍ୱାମୀ ବ୍ରତାନନ୍ଦ ସରସ୍ୱତୀ, କଳାହାଣ୍ଡିରୁ ସ୍ୱାମୀ ମାଧବାନନ୍ଦ ଗିରି, ସ୍ୱାମୀ ରାମ ଦାସ, ଝାଡ଼ଖଣ୍ଡରୁ ସ୍ୱାମୀ ଜୟ ରାମାନନ୍ଦ ଗିରି, ଗଜପତିରୁ ସ୍ୱାମୀ ନକୁଲାନନ୍ଦ ପୁରୀ,ବରଗଡ଼ ରୁ ସ୍ୱାମୀ ନାରଦାନନ୍ଦ ସରସ୍ବତୀ,ସ୍ୱାମୀ ତନ୍ମୟାନନ୍ଦ,ସ୍ୱାମୀ ଲିଙ୍ଗରାଜ ଦାସ,ଢେଙ୍କାନାଲରୁ ସ୍ୱାମୀ ଖଦଲ ବାନପ୍ରସ୍ତି ଓ ଗଞ୍ଜମରୁ ସ୍ୱାମୀ ଧୁଳିଆ ଦାସ ଉପସ୍ଥିତିରେ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

ଆସନ୍ତା କାଲି ୧୫ତାରିଖ ଦିନ ବିଧି ପୁର୍ବକ ଯଜ୍ଞାରମ୍ଭ,ଗୀତା ହୋମ ସହ ଅପରାହ୍ନ ରେ ଆରତୀ,ପୁଷ୍ପାଞ୍ଜଳି ସହ ପୂର୍ଣ୍ଣାହୁତି ହେବ। ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ସମାଗମ ରେ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା ରହିଥିବା ବେଳେ ପ୍ରତ୍ୟହ ଅପରାହ୍ନରେ ଆରତୀ, ପୁଷ୍ପାଞ୍ଜଳି ସହ ସନ୍ଧ୍ୟାରେ ଭଜନ ପ୍ରବଚନ ମଧ୍ୟ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories