ମାର୍ଗଶୀର ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ; ଏହି ଗୋଟିଏ କାମ ହେଲେ ବର୍ଷଯାକ ହେବ ଧନବର୍ଷା..

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ମାର୍ଗଶୀର ମାସର ଶୁକ୍ଳ ପକ୍ଷର ପୂର୍ଣ୍ଣିମା ତିଥିରେ ପୂର୍ଣ୍ଣିମା ବ୍ରତ ପାଳନ କରାଯାଏ ।  ମାର୍ଗଶୀର ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କର ଉପାସନା କରାଯାଏ। ଚଳିତ ବର୍ଷ ମାର୍ଗଶୀର ପୂର୍ଣ୍ଣିମା ଖୁବ୍‌ ଖାସ୍‌ । ଚଳିତ ବର୍ଷ ମାର୍ଗଶୀର ପୂର୍ଣ୍ଣିମା ୧୫ ଡିସେମ୍ବରରେ ପାଳନ କରାଯିବ। ଏହି ଦିନ ଧନଦାୟକ ଯୋଗ, ସର୍ବାର୍ଥ ସିଦ୍ଧି ଯୋଗ ଓ ରବି ଯୋଗ ହେବାକୁ ଯାଉଛି ।
ଜ୍ୟୋର୍ତିବିଦ୍‌ଙ୍କ ମତାନୁସାରେ ଏସବୁ ବିଶେଷ ସଂଯୋଗରେ କିଛି ସ୍ୱତନ୍ତ୍ର ଉପାୟ ପାଳନ କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହେବା ସହ ଧନ-ସମ୍ପତ୍ତି ବୃଦ୍ଧି ହେବ । ଏହାସହ ଅଯଥାରେ ଟଙ୍କା ଖର୍ଚ୍ଚ ହେବ ନାହିଁ ।
ମାର୍ଗଶୀର ପୂର୍ଣ୍ଣିମା ଦିନ ଅଶ୍ୱତ୍ଥବୃକ୍ଷ ତଳେ ଚାରିମୁଖ ବିଶିଷ୍ଟ ଦୀପ ଲଗାନ୍ତୁ । ଏହାଦ୍ୱାରା ଖୁବ୍‌ ଶୁଭଫଳ ପ୍ରାପ୍ତି ହୋଇଥାଏ ।

୨୦୨୫ରେ ଏହି ରାଶିଙ୍କ ଭୂମି, ଯାନ, ଘର କିଣିବାର ସ୍ୱପ୍ନ ହେବ ପୂରଣ : ଶୁକ୍ର କରିବେ ଭାଗ୍ୟଶାଳୀ..

ଏହି ଉପାୟ ଆପଣାଇବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ । ମା’ଲକ୍ଷ୍ମୀଙ୍କ କୃପାରୁ ଧନ ପ୍ରାପ୍ତି ହୋଇଥାଏ ।
ଗୋମାତାଙ୍କ ଦେହରେ ୩୩ କୋଟି ଦେବା ଦେବୀ ବାସ କରନ୍ତି ବୋଲି ମାନ୍ୟତା ରହିଛି । ମାର୍ଗଶୀର ପୂର୍ଣ୍ଣିମା ଦିନ ଗୋମାତାଙ୍କ ସେବା କରିବା ସହ ଖାଇବାକୁ ଦେଲେ ଆର୍ଥିକ ଉନ୍ନତି ହୋଇଥାଏ ।

ଦେଖନ୍ତୁ ଭିଡିଓ ; ଘରେ ପହଞ୍ଚିବା ପରେ ଅଲ୍ଲୁଙ୍କ ପତ୍ନୀ ଓ ମାଆ ଏମିତି କଲେ..

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁଙ୍କୁ କେସର ମିଶ୍ରିତ କ୍ଷୀର ଅର୍ପଣ କରିବା ସହ ହଳଦିଆ ମିଠା ଭୋଗ କରନ୍ତୁ ।
ଏହି ଦିନ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିବା ସହ ସରଳ ମନ୍ତ୍ର ଜପ କରନ୍ତୁ ।

Comments are closed.