ଏନଏମଆଇଆଇଏର ୭୪ ପ୍ରତିଶତ ଅଂଶଧନ କିଣିଲା ରିଲାଏନ୍ସ
ସମାଜ ଡିଜିଟାଲ ଡେସ୍କ: ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନଭି ମୁମ୍ବଇ ଆଇଆଇଏ(ଏନଏମଆଇଆଇଏ) କମ୍ପାନୀର ୭୪ ପ୍ରତିଶତ ଅଂଶଧନ କିଣିଛନ୍ତି। ଏଥିପାଇଁ ରିଲାଏନ୍ସ ୧୬୨୮ କୋଟି ଟଙ୍କା ଖର୍ଚ୍ଚ କରିଛି। ଏନଏମଆଇଆଇଏ ମହାରାଷ୍ଟ୍ରରେ ଇଣ୍ଟିଗ୍ରେଟେଡ ଇଣ୍ଡଷ୍ଟ୍ରିଆଲ ଏରିଆ(ଆଇଆଇଏ) ବିକଶିତ କରିବାର କାର୍ଯ୍ୟ କରେ। ଗତ ଡିସେମ୍ବର ୧୧ରେ ରିଲାଏନ୍ସ ବୋର୍ଡ ବୈଠକ ପରେ ଏହି ନୂଆ କମ୍ପାନୀକୁ ଅଧିଗ୍ରହଣ କରିଛି। ଏହି ଡିଲ ପରେ ଏନଏମଆଇଆଇଏ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସହାୟକ କମ୍ପାନୀ ହୋଇଯାଇଛି। କମ୍ପାନୀର ଅବଶିଷ୍ଟ ୨୬ ପ୍ରତିଶତ ଅଂଶଧନ ସିଆଇଡିସିଓ ନିକଟରେ ରହିଛି। ତେବେ ରିଲାଏନ୍ସ ୭୪ ପ୍ରତିଶତ ଅଂଶଧନ କିଣିବା ପରେ ଏହାର ମାଲିକାନା ସ୍ଵତ୍ତ ରିଲାଏନ୍ସ ନିକଟରେ ରହିବ। ରିଲାଏନ୍ସ ଏନଏମଆଇଆଇଏର ୫୭ କୋଟି ୧୨ ଲକ୍ଷ ୩୯ ହଜାର ୫୮୮ଟି ଶେୟାର ୨୮ ଟଙ୍କା ୫୦ ପଇସା ହିସାବରେ କିଣିଛି।
Comments are closed.