www.samajalive.in
Tuesday, December 9, 2025
16.1 C
Bhubaneswar

ବ୍ରେକ୍ ଫେଲ ହୋଇ ମାଡିଗଲା ବସ୍, ଯାହାକୁ ପାରିଲା ତାକୁ ଚାପିଲା: ଭିଡିଓ ଭାଇରାଲ୍

ମୁମ୍ବାଇ: ମୁମ୍ବାଇର କୁର୍ଲାରେ ଭୟଙ୍କର ଦୁର୍ଘଟଣା। ମୃତ୍ୟୁର ତାଣ୍ଡବ ରଚିଲା ଦ୍ରୁତଗାମୀ ବସ୍। ସୋମବାର ବିଳମ୍ବିତ ରାତିରେ କୁର୍ଲା ପଶ୍ଚିମରୁ ଅନ୍ଧେରୀ ଯାଉଥିବା ୩୩୨ ନମ୍ବର ବସ୍ କୁର୍ଲା ଷ୍ଟେସନରୁ ବାହାରିଥିଲା। ହଠାତ୍ ବସଟି ବ୍ରେକ୍ ଫେଲ ହୋଇଥିଲା। ଫଳରେ ଆମ୍ବେଦକର ନଗର ବୁଦ୍ଧ କଲୋନୀ ନିକଟରେ ବସଟି ନିୟନ୍ତ୍ରଣ ହରାଇଥିଲା। ଏହାପରେ ସ୍କୁଟି , ଅଟୋ, ବାଇକ୍ ଓ ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ମାଡିଯାଇଥିଲା। ଏବଂ ୩୦ରୁ ଅଧିକ ଗାଡିକୁ ଧକ୍କା ଦେଇଥିଲା।  ଦୁର୍ଘଟଣାରେ ୪ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୨୫ରୁ ଅଧିକ ଲୋକଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। ଶେଷରେ ବସଟି ଏକ ସୋସାଇଟି କାନ୍ଥରେ ଧକ୍କା ହେବା ପରେ ଅଟକି ରହିଥିଲା। ସେପଟେ ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି। ଏହି ଦୁର୍ଘଟଣାର ଭୟଙ୍କର ଭିଡିଓ ବର୍ତ୍ତମାନ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories