www.samajalive.in
Sunday, December 7, 2025
26.1 C
Bhubaneswar

କଟକ ରେଳଷ୍ଟେସନର ଦ୍ଵିତୀୟ ପ୍ରବେଶ ଦ୍ୱାର ଉଦଘାଟନ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଡେସ୍କ: ନବକଳେବର ଦିଗରେ ଆଉ ପାଦେ ଆଗେଇଲା କଟକ ରେଳ ଷ୍ଟେସନ। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି କଟକ ରେଳ ଷ୍ଟେସନ ପୂର୍ବପାର୍ଶ୍ୱ ପ୍ରବେଶ ପଥକୁ ଉଦଘାଟନ କରିଛନ୍ତି। ପୂର୍ବପାର୍ଶ୍ୱ ଷ୍ଟେସନ ଭବନ ଦେଇ ଯାତ୍ରୀମାନେ ସିଧା ସଳଖ ଜାତୀୟ ରାଜପଥକୁ ବାହାରି ପାରିବେ। ଯାହା ଦ୍ୱାରା ଯାତ୍ରୀମାନେ ଷ୍ଟେସନରୁ ବିଭିନ୍ନ ସ୍ଥାନକୁ ଯାତାୟାତ କରିବା ସହଜ ହୋଇପାରିବ।


ଏହି ଅବସରରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଇଷ୍ଟ କୋଷ୍ଟ ରେଳବାଇ ପକ୍ଷରୁ କଟକ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନ ପାଇଁ ପରିକଳ୍ପନା କରାଯାଇଛି। ଏଣିକି ଯାତ୍ରୀମାନେ ପୂର୍ବପାର୍ଶ୍ୱ ପ୍ରବେଶ ପଥ ଦେଇ ଷ୍ଟେସନ ଭବନରୁ ସିଧାସଳଖ ଜାତୀୟ ରାଜପଥକୁ ବାହାରି ପାରିବେ। ଏହା ସିଧାସଳଖ ଜାତୀୟ ରାଜପଥକୁ ସଂଯୋଗ କରାଯାଇଛି। ପ୍ରାୟ ୧୪.୬୩ କୋଟି ଟଙ୍କା ବ୍ୟୟରେ ଷ୍ଟେସନ ଭବନ ନିର୍ମାଣ କରାଯାଇଛି। ଏହାକୁ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଏବଂ ଶୀତ ତାପ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି। ପୂର୍ବପାର୍ଶ୍ଵ ଷ୍ଟେସନ ଭବନ ଓ ପ୍ରବେଶ ପଥ ଦ୍ୱାରା ଜାତୀୟ ରାଜପଥ ପାର୍ଶ୍ୱରୁ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ଯାତାୟାତ ସହଜ ହେବ।ଯାତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଏବଂ ସୁବିଧା ଉପରେ ଗୁରୁତ୍ୱ ଦିଆଯାଇଛି।ଉଦଘାଟନ ଉତ୍ସବରେ କଟକ ସାଂସଦ ଭତୃହରି ମହତାବଙ୍କ ସମେତ ବିଧାୟକ ଗଣ ଓ ରେଳବାଇ ବିଭାଗର ଉଚପଦସ୍ତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

- Advertisement -

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories