www.samajalive.in
Sunday, December 7, 2025
26.1 C
Bhubaneswar

ପୁଷ୍ପା-୨ର ପ୍ରିମିୟର ଶୋ’ ବେଳେ ଦଳାଚକଟା, ଜଣେ ମୃତ

ସମାଜ ଡିଜିଟାଲ ଡେସ୍କ: ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ପୁଷ୍ପା-୨ ଗୁରୁବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଦେଶବ୍ୟାପୀ ବିଭିନ୍ନ ସିନେମା ହଲରେ ଏହି ଚଳଚ୍ଚିତ୍ର ଦେଖିବାକୁ ପ୍ରଶଂସକମାନେ ଆଗୁଆ ଟିକଟ ବୁକିଂ କରିଛନ୍ତି। ତେବେ ହାଇଦ୍ରାବାଦରେ ବୁଧବାର ରାତିରେ ଏହାର ପ୍ରିମିୟର ଶୋ’ ବେଳେ ଅସମ୍ଭାଳ ଭିଡ଼ ହେବାରୁ ଦଳାଚକଟା ହୋଇଛି। ହାଇଦ୍ରାବାଦର ସନ୍ଧ୍ୟା ସିନେମା ହଲ ବାହାରେ ଏହି ଦଳାଚକଟା ଘଟିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଦିଲସୁଖନଗରର ରେବତୀ ନାମ୍ନୀ ୩୯ ବର୍ଷୀୟା ତାଙ୍କ ସ୍ଵାମୀ ଏବଂ ୨ ପୁଅ ସହିତ ପ୍ରିମିୟର ଶୋ’ ଦେଖିବାକୁ ଆସିଥିଲେ। ରାତି ପ୍ରାୟ ୧୦ଟା ୩୦ରେ ଅଲ୍ଲ ଅର୍ଜୁନ ନିଜେ ସେଠାରେ ପହଞ୍ଚିଥିଲେ। ହଲ ବାହାରେ ତାଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା। ଅଲ୍ଲୁ ଅର୍ଜୁନ ଆସିବା କ୍ଷତି ତାଙ୍କୁ ଦେଖିବା ଲାଗି ଲୋକଙ୍କ ଭିତରେ ଠେଲାପେଲା ହୋଇଥିଲା। ଯାହାଫଳରେ ମହିଳା ଓ ତାଙ୍କ ସାନ ପୁଅ ତଳେ ପଡ଼ିଯାଇଥିଲେ ଏବଂ ସେମାନଙ୍କ ଉପରେ ଲୋକେ ଚଢ଼ି ଯାଇଥିଲେ। କିଛି ସମୟ ପରେ ଭିଡ଼ ନିୟନ୍ତ୍ରଣ ହେବାରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ରେବତୀଙ୍କୁ ମୃତ ଘୋଷଣା କରିଥିଲେ। ପୁଅ ଏବଂ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଚିକିତ୍ସାଧୀନ ରହିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories