www.samajalive.in
Sunday, December 7, 2025
23.1 C
Bhubaneswar

ଦେବେନ୍ଦ୍ର ଫଡନାବିସ୍ ହେବେ ମୁଖ୍ୟମନ୍ତ୍ରୀ: ଆଜି ଶପଥ ଗ୍ରହଣ

ମୁମ୍ବଇ : ମହାରାଷ୍ଟ୍ରରେ ମହାୟୁତି ମେଣ୍ଟର ଦ୍ବିତୀୟ ପାଳି ସରକାର ଗଠନ ପ୍ରକ୍ରିୟା ବୁଧବାର ଚୂଡାନ୍ତ ହୋଇଛି। ଦେବେନ୍ଦ୍ର ଫଡନାବିସ୍ ମେଣ୍ଟ ସରକାରର ନେତା ନିର୍ବାଚିତ ହୋଇଛନ୍ତି। ନେତା ନିର୍ବାଚିତ ହେବା ପରେ ମହାୟୁତି ମେଣ୍ଟର ନେତାମାନେ ରାଜ୍ୟପାଳ ସି.ପି ରାଧାକୃଷ୍ଣନଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ଫଡନାବିସ୍ ବିଜେପି ବିଧାୟକ ଏବଂ ମେଣ୍ଟ ଅଂଶୀଦାର ଦଳ ଶିବସେନା ଓ ଏନସିପି ବିଧାୟକଙ୍କ ସ୍ବାକ୍ଷରିତ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ। ବିଧାୟକଙ୍କ ସମର୍ଥନ ପତ୍ର ଆଧାରରେ ରାଜ୍ୟପାଳ ଫଡନାବିସଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନିଯୁକ୍ତି ପରେ ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ସନ୍ଧ୍ୟାରେ ଫଡନାବିସ୍ ଶପଥ ଗ୍ରହଣ କରିବେ। ଫଡନାବିସଙ୍କ ସହିତ ଅନ୍ୟ କେଉଁମାନେ ଶପଥ ଗ୍ରହଣ କରିବେ ତାହା ଚୂଡାନ୍ତ ହୋଇନାହିଁ। ତେବେ ଏନସିପି ମୁଖ୍ୟ ଅଜିତ୍ ପୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ଚୂଡାନ୍ତ ହୋଇଛି। ଶିବସେନା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ସମ୍ପର୍କରେ ଦାବି କରିବା ପରେ ମହାୟୁତି ମେଣ୍ଟର ତିନି ପ୍ରମୁଖ ଦେବେନ୍ଦ୍ର ଫଡନାବିସ୍, ଏକନାଥ ସିନ୍ଦେ ଓ ଅଜିତ ପୱାର ରାଜଭବନ ବାହାରେ ସାମ୍ବାଦିକ ସୂଚନା ପ୍ରଦାନ କରିଥିଲେ। ଏହି ସମୟରେ ସିନ୍ଦେଙ୍କୁ ସାମ୍ବାଦିକମାନେ ତାଙ୍କର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଉତ୍ତରରେ ସିନ୍ଦେ କହିଥିଲେ ଯେ ଏ ସମ୍ପର୍କରେ ସେ ପରବର୍ତ୍ତୀ ସମୟରେ ଜଣାଇବେ। ମାତ୍ର ଅଜିତ୍ ପୱାର ତାଙ୍କ ଆଡୁ କହିଥିଲେ ଯେ ମୁଁ ଶପଥ ଗ୍ରହଣ କରିବି। ଅଜିତ୍‌ଙ୍କ ମନ୍ତବ୍ୟ ସାମ୍ବାଦିକ ଓ ଉପସ୍ଥିତ ନେତାଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି କରିଥିଲା। ଏହି ସମୟରେ ସିନ୍ଦେ କହିଥିଲେ ଯେ ଦାଦା(ଅଜିତ୍‌)ଙ୍କର ସକାଳେ ଓ ସନ୍ଧ୍ୟାରେ ଶପଥ ନେବାର ଅଭିଜ୍ଞତା ରହିଛି। ଅନ୍ୟପଟେ ବିଦାୟୀ ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି ଯେ ନୂଆ ସରକାରକୁ ସେ ସମ୍ପୂର୍ଣ୍ଣ ସହଯୋଗ କରିବେ। ସରକାର ମିଳିତ ଭାବେ ନିଷ୍ପତ୍ତି ନେବା ସହିତ ଏକ ଟିମ୍ ଭାବେ କାର୍ଯ୍ୟ କରିବ। ଅନ୍ୟପଟେ ଫଡନବିସ କହିଛନ୍ତି​‌ ଯେ ମହାରାଷ୍ଟ୍ର ନିର୍ବାଚନ ଆମ ପାଇଁ ଐତିହାସିକ ସଫଳତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ସ୍ଳୋଗାନ ‘ଏକ୍ ହେ ତୋ ସେଫ୍’କୁ ସେ ଦୋହରାଇଥିଲେ। ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହୋଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ସହିତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିର୍ମଳା ସୀତାରମଣ ଓ ବିଜୟ ରୂପାଣିଙ୍କୁ ସେ ଧନ୍ୟବାଦ ଜଣାଇଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories